Live Law
କଟକ : ନିଯୁକ୍ତି ପରୀକ୍ଷାରେ ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ନିର୍ଦ୍ଧାରଣ ଓ ୱେଟିଂ ଲିଷ୍ଟ୍ ପ୍ରସ୍ତୁତ ପ୍ରସଙ୍ଗ ସରକାରଙ୍କ ନୀତିଗତ ନିୟନ୍ତ୍ରଣ ପରିସର ଅନ୍ତର୍ଭୁକ୍ତ ବୋଲି ହାଇକୋର୍ଟ କହିଛନ୍ତି। ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟାରେ ସର୍ବାଧିକ ବୟସସୀମା ଧାର୍ଯ୍ୟ ଓ ଚୂଡାନ୍ତ ଚୟନ ତାଲିକା ବାଦ୍ ଏକ ୱେଟିଂଲିଷ୍ଟ ପ୍ରସ୍ତୁତ ପ୍ରସଙ୍ଗକୁ ନେଇ ଦାୟର ଦୁଇ ମାମଲାକୁ ହାଇକୋର୍ଟ ଖାରଜ କରିବା ସହିତ କହିଛନ୍ତି ଯେ ଏହିସବୁ ସଂକ୍ରାନ୍ତରେ ସରକାର ନିଷ୍ପତ୍ତି ନେବେ। କୋର୍ଟ ଏହି ପ୍ରସଙ୍ଗରେ ନିର୍ଦ୍ଦେଶ ଦେବା ଆବଶ୍ୟକ ନୁହେଁ।
ମୁଖ୍ୟ ବିଚାରପତି ଡକ୍ଟର୍ ଜଷ୍ଟିସ୍ ଏସ୍. ମୁରଲୀଧର ଓ ଜଷ୍ଟିସ୍ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ପ୍ରବରଣ ବୋର୍ଡ (ଏସ୍ଏସ୍ବି) ଦ୍ବାରା ଅନୁଷ୍ଠିତ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟାକୁ ଚାଲେଞ୍ଜ କରି ଏସ୍. ପଣ୍ଡାଙ୍କ ତରଫରୁ ଦାୟର ଦୁଇ ମାମଲାର ଏକତ୍ର ଶୁଣାଣି ଏପରି ରାୟ ପ୍ରଦାନ କରିଛନ୍ତି।
ସେହିପରି, ଭାବେ ୨୦୧୫ର ବିଜ୍ଞପ୍ତି ଆଧାରରେ ଶହେଟି ପଦାର୍ଥ ବିଜ୍ଞାନ ବିଭାଗ ଅଧ୍ୟାପକ ପଦରେ ନିଯୁକ୍ତି ପାଇଁ ଅନୁଷ୍ଠିତ ପରୀକ୍ଷା ପରେ ପ୍ରକାଶିତ ତାଲିକାକୁ ଚାଲେଞ୍ଜ କରି ଆବେଦନକାରୀଙ୍କ ତରଫରୁ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି।
Follow Us