ସ୍ଥାୟୀ ଜମିପଟ୍ଟା ଦାବି, ମହାଲିଙ୍ଗ ଆର୍‌ଆଇ ଅଫିସ ଆଗରେ ଧାରଣା

Advertisment
ସ୍ଥାୟୀ ଜମିପଟ୍ଟା ଦାବି, ମହାଲିଙ୍ଗ ଆର୍‌ଆଇ ଅଫିସ ଆଗରେ ଧାରଣା

ଗୋଲାମୁଣ୍ଡା: ଗୋଲାମୁଣ୍ଡା ତହସିଲ କାର୍ଯ୍ୟାଳୟ ଅନ୍ତର୍ଗତ ମହାଲିଙ୍ଗ ଦଳିତପଡ଼ାବାସୀଙ୍କୁ ସ୍ଥାୟୀ ଜମିପଟ୍ଟା ଦାବିରେ ସୋମବାର ସେମାନେ ମହାଲିଙ୍ଗ ଆର୍‌ଆଇ ଅଫିସ ଆଗରେ ଧାରଣା ଦେଇଥିଲେ। ସେମାନଙ୍କ କହିବା ହେଲା, ୧୯୯୩ ମସିହାରେ କଳାହାଣ୍ଡି ମହାରାଜ ପ୍ରତାପ କେଶରୀ ଦେଓଙ୍କ ଜମିକୁ ମହାଲିଙ୍ଗ ଗ୍ରାମର ଏହି ପଡ଼ାର ଶତାଧିକ ଲୋକଙ୍କୁ ସିଲିଂ ଜମି ଦିଆଯାଇଥିଲା। ସେହି ସମୟରେ ଏମାନେ ଜମି ପଟ୍ଟା ପାଇବା ସହିତ ଖଜଣା ମଧ୍ୟ ଦେଇ ଆସୁଥିଲେ।

୫ ବର୍ଷ ଖଜଣା ପଇଠ କଲା ପରେ ୧୯୯୭-୯୮ମସିହାରେ ଏହି ଲୋକମାନଙ୍କ ଜମିପଟ୍ଟା ଖାରଜ ହୋଇ ପୁଣିଥରେ କଳାହାଣ୍ଡି ମହାରାଜ ପ୍ରତାପ କେଶରୀ ଦେଓଙ୍କ ପାଖକୁ ଫେରିଯାଇଥିଲା। ବର୍ତ୍ତମାନ ଜମି ଦଖଲ କରିବା ସହ ଲୋକେ ଖଜଣା ବାନ୍ଧୁଥିବା ବେଳେ ତାହା ପ୍ରତାପ କେଶରୀ ଦେଓଙ୍କ ନାମରେ ରସିଦ କଟାଯାଉଛି। ଏନେଇ ସୋମବାର ପଡ଼ାବାସୀ ସ୍ଥାୟୀ ପଟ୍ଟା ପ୍ରଦାନ ସହ ନିଜ ନାମରେ ଖଜଣା ବାନ୍ଧିବା ନେଇ ଆନ୍ଦୋଳନ କରିଥିଲେ। ଆନ୍ଦୋଳନକାରୀଙ୍କୁ  କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସମର୍ଥନ ଦେବା ସହ ଧାରଣାରେ ବସିଥିଲା। ବହୁ ବିଳମ୍ବରେ ଘଟଣାସ୍ଥଳକୁ ଗୋଲାମୁଣ୍ଡା ତହସିଲଦାର ଅଶୋକ ପଟ୍ଟନାୟକ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଲିଖିତ ପ୍ରତିଶ୍ରୁତି ଦେବା ପରେ ଧାରଣ ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe