ଡ୍ରେନ୍‌ ପାଣି ଅବରୋଧକୁ ନେଇ ଗୋପୀନାଥ ବିହାରରେ ଉତ୍ତେଜନା

Advertisment
ଡ୍ରେନ୍‌ ପାଣି ଅବରୋଧକୁ ନେଇ ଗୋପୀନାଥ ବିହାରରେ ଉତ୍ତେଜନା

ବୌଦ୍ଧ: ବୌଦ୍ଧ ଏନ୍ଏସିର ୧୨ନଂ ୱାର୍ଡରେ ଥିବା ଗୋପୀନାଥ ବିହାରରେ ଡ୍ରେନ ପାଣି ନିଷ୍କାସନକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ପହଞ୍ଚି ବୁଝାସୁଝା କରିଥିବା ବେଳେ ନିଷ୍କାସନର ବ୍ୟବସ୍ଥା କରାନଗଲେ ଆନ୍ଦୋଳନ କରିବାକୁ ସ୍ଥାନୀୟ ବାସିନ୍ଦା ସଜବାଜ ହେଉଥିବା ଜଣାଯାଇଛି। ଅଭିଯୋଗ ଅନୁସାରେ ଡ୍ରେନ ପାଣି ଜଳସେଚନ ବିଭାଗର କେନାଲରେ ପୂର୍ବରୁ ନିଷ୍କାସିତ ହୋଇଆସୁଛି। କେନାଲର ଅପର ପାର୍ଶ୍ବରେ ଥିବା ଜମି ମାଲିକ କେନାଲ ହୁଡ଼ାକୁ ଭାଙ୍ଗି ନିଜ ଜମିରେ ମିଶାଇ ଡ୍ରେନ୍‌ ମୁହଁକୁ ପୋତି ଦେଇଛନ୍ତି।

ଏ ସଂପର୍କରେ ପୂର୍ବରୁ ପୁଲିସ ଓ ବୌଦ୍ଧ ଏନ୍‌ଏସିକୁ ଲିଖିତ ଭାବରେ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ। ପଡ଼ାରେ ଉତ୍ତେଜନା ପ୍ରକାଶ ପାଇଥିବା ଖବର ପାଇ ସଂଧ୍ୟାରେ ବୌଦ୍ଧ ପୁଲିସ ଆସି ଲୋକଙ୍କୁ ବୁଝାସୁଝା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe