ଏନ୍‌ଏସି କର୍ମଚାରୀଙ୍କ ମନମୁଖି: ବାର୍ଦ୍ଧକ୍ୟ ଭତ୍ତା ପାଇଁ ଧାରଣା ଜାରି

Advertisment
ଏନ୍‌ଏସି କର୍ମଚାରୀଙ୍କ ମନମୁଖି: ବାର୍ଦ୍ଧକ୍ୟ ଭତ୍ତା ପାଇଁ ଧାରଣା ଜାରି

କଂଟାବାଞ୍ଜି: କଂଟାବାଞ୍ଜି ଏନ୍‌ଏସି କର୍ମଚାରୀଙ୍କ ମନମୁଖି ଯୋଗୁଁ ୪ମାସ ହେଲା ସହରର ଅନେକ ବୁଢ଼ାବୁଢ଼ୀ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ରହିଛନ୍ତି। ଏହାର ପ୍ରତିବାଦରେ ସମାଜସେବୀ ଦେବଦତ୍ତ ମଜଖଣ୍ଡଙ୍କ ନେତୃତ୍ୱରେ ଗତ ୧୮ତାରିଖରୁ ଏନ୍‌ଏସି ଅଫିସ ଆଗରେ ଧାରଣା ଦିଆଯାଇଛି। ହିତାଧିକାରୀମାନଙ୍କୁ ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ ଭତ୍ତା ପ୍ରଦାନ କରାଯିବା ସହ ସେମାନଙ୍କର ସମସ୍ୟା ଶୀଘ୍ର ସମାଧାନ କରିବାକୁ ଦାବି କରାଯାଇଛି। ୬ଦିନ ହେଲା ଧାରଣା ଜାରି ରହିଥିଲେ ମଧ୍ୟ ଏନ୍‌ଏସି କର୍ତ୍ତୃପକ୍ଷ ଧାରଣାରତ ହିତାଧିକାରୀମାନଙ୍କ ସହ ଆଲୋଚନା କରୁନଥିବା ଜଣାପଡ଼ିଛି।

ଏନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ସମି ରେଡ୍ଡି ଜୟଶ୍ରୀ କହିଛନ୍ତି ଯେ ପ୍ରାୟ ସମସ୍ତଙ୍କର ବ୍ୟାଙ୍କ ଖାତାରେ ଟଙ୍କା ଦିଆଯାଇଛି। ବ୍ୟାଙ୍କର କିଛି ତ୍ରୁଟି ଯୋଗୁଁ ସେମାନଙ୍କର ବ୍ୟାଙ୍କ ଖାତାରେ ଭତ୍ତା ଟଙ୍କା ପଡ଼ିବାରେ ବିଲମ୍ବ ହୋଇଛି ବୋଲି ସେ କହିଛନ୍ତି। ଧାରଣାରେ ଶ୍ରୀ ମଜଖଣ୍ଡଙ୍କ ସହ ସୁଭଦ୍ରା ରଣା, ମଦନ ଖାମାରୀ, ରାଣୀ ବାଇ, ଗୌତମ ପୁଟେଲ, ସବ୍ୟସାଚୀ ସିଂହ, ନିରନ୍ ପୁଟେଲ, ଘରମନୀ ସେଠ, ଅହଲ୍ୟା ସେଠଙ୍କ ସହ ୨୩ ଜଣ ସାମିଲ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe