ଚାଉଳ ନମିଳିବାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ତାଲା

Advertisment
ଚାଉଳ ନମିଳିବାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ତାଲା

ଅଳତି: ଘସିପୁରା ବ୍ଲକ୍‌ ଖଲଣା ପଞ୍ଚାୟତରେ ଦୁଇମାସ ହେଲା ଚାଉଳ ମିଳି ନଥିବାରୁ ମହିଳାମାନେ ଆଜି ପଞ୍ଚାୟତ କାର୍ଯ୍ୟାଳୟରେ ପିଇଓଙ୍କୁ ତାଲା ପକାଇ ଦେଇଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଦୁଇମାସ ହେଲା ପଞ୍ଚାୟତର ବହୁ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ପାଇନଥିଲେ।

ଏହାକୁ ନେଇ ‌ସେମାନଙ୍କ ମଧ୍ୟରେ ଅସନ୍ତୋଷ ଥିଲା। ଆଜି ପଞ୍ଚାୟତ କାର୍ଯ୍ୟାଳୟରେ ହେବାକୁ ଥିବା ସ୍ୱତନ୍ତ୍ର ଗ୍ରାମସଭାରେ ଯୋଗଦେବା ପାଇଁ ପିଇଓ ଚନ୍ଦ୍ରଭାନୁ ନାୟକ ପହଞ୍ଚିଥିଲେ। ଖବର ପାଇ ଚାଉଳ ପାଇନଥିବା ମହିଳାମାନେ ପହଞ୍ଚି ପାଟିତୁଣ୍ଡ କରିଥିଲେ। ପିଇଓ କାର୍ଯ୍ୟାଳୟ ଭିତରେ ରହିଥିବା ବେଳେ ମହିଳାମାନେ ବାହାରୁ ତାଙ୍କୁ ତାଲା ପକାଇ ଦେଇଥିଲେ। ଖବର ପାଇ ରାମଚନ୍ଦ୍ରପୁର ଥାନା ଅଧିକାରୀ ଅବିନାଶ ପରିଡ଼ା ପହଞ୍ଚି ମହିଳାଙ୍କୁ ବୁଝାସୁଝା କରିବା ପରେ ସେମାନେ ତାଲା ଖୋଲିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe