ଭୋଟ ଦେଇ ନଥିବାରୁ ଆକ୍ରୋଶର ଶିକାର: ପାଣି ଟ୍ୟାଙ୍କର ଫେରାଇଦେଲେ ସରପଞ୍ଚଙ୍କ ସ୍ବାମୀ

Advertisment

ଗରା, ବାଲଟି ଧରି ଘଣ୍ଟବାହାଲିବାସୀଙ୍କ ରାସ୍ତାରୋକ, ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

ଗରା, ବାଲଟି ଧରି ଘଣ୍ଟବାହାଲିବାସୀଙ୍କ ରାସ୍ତାରୋକ, ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

ଭୋଟ ଦେଇ ନଥିବାରୁ ଆକ୍ରୋଶର ଶିକାର: ପାଣି ଟ୍ୟାଙ୍କର ଫେରାଇଦେଲେ ସରପଞ୍ଚଙ୍କ ସ୍ବାମୀ

ଟିଟିଲାଗଡ଼: ଟିଟିଲାଗଡ଼ ବ୍ଲକ୍‌ ଘଣ୍ଟବାହାଲି ଗାଁରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ଅନ୍ୟପକ୍ଷରେ ଭୋଟ ଦେଇ ନଥିବାରୁ ସରପଞ୍ଚଙ୍କ ସ୍ବାମୀ ବି ଦାଉ ସାଧୁଛନ୍ତି। ଜଳଯୋଗାଣ ପାଇଁ ଆସିଥିବା ଟ୍ୟାଙ୍କରକୁ ଫେରାଇ ଦେଇଛନ୍ତି ସରପଞ୍ଚଙ୍କ ସ୍ବାମୀ ବୋଲି ଅଭିଯୋଗ କରିବା ପରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି।

ଅଭିଯୋଗ ଅନୁସାରେ, ଘଂଟବାହାଲି ଗାଁରେ ଗତ ଦୁଇବର୍ଷରୁ ଅଧିକ ସମୟ ହେଲା ଆର୍‌ଡବ୍ଲୁଏସ୍‌ଏସ୍‌ ପକ୍ଷରୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ପାଇପ ବିଛାଯାଇଛି। ଅନେକ ସ୍ଥାନରେ ଷ୍ଟାଣ୍ତପୋଷ୍ଟ ବି ଲାଗିଛି। ସେଥିରୁ କିଛି ପୋଷ୍ଟ ଭାଙ୍ଗିରୁଜି ଗଲାଣି ତ ଆଉ କେତେକ ଅଳିଆଗଦାରେ ପରିପୂର୍ଣ୍ଣ ହୋଇସାରିଲାଣି। ହେଲେ ଆଜି ଯାଏ ପାଇପରେ କେବେ ପାଣି ଆସି ନାହିଁ। ପ୍ରଶାସନ ପାଖରେ ଗୁହାରି କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉ ନାହିଁ। ନବନିର୍ବାଚିତ ସରପଞ୍ଚ ପଦକ୍ଷେପ ନେବେ ବୋଲି ଆଶା କରିଥିଲେ। ହେଲେ ଗ୍ରାମବାସୀ ତାଙ୍କୁ ଭୋଟ୍‌ ଦେଇ ନଥିବା ଦର୍ଶାଇ ସରପଞ୍ଚଙ୍କ ସ୍ବାମୀ ଆକ୍ରୋଶମୂଳକ ଭାବେ ସେମାନଙ୍କୁ ପ୍ରତାରଣା କରୁଥିବା ଅଭିଯୋଗ କରିଛନ୍ତି। ଆସୁଥିବା ଏକ ଟ୍ୟାଙ୍କରକୁ ଫେରାଇ ନେଇଛନ୍ତି।

ପାନୀୟ ଜଳ ସମସ୍ୟାରେ ଉବୁଟୁବୁ ହେଉଥିବା ଗାଁ ଲୋକେ ଶେଷରେ ବୁଧବାର ବାଲଟି, ଗରିଆ, ଡେକଚି, ପାଣି ଡବା ଆଦି ଧରି ପଞ୍ଚାୟତ ଅଫିସ ଘେରାଓ କରିବାକୁ ଯାଇଥିଲେ। ପଞ୍ଚାୟତ ଅଫିସ ବନ୍ଦ ଥିବାରୁ ଗାଁ ମଝିରେ ରାସ୍ତାରୋକ କରିଥିଲେ। ଏହା ଉପରେ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଘଂଟବାହାଲିବାସୀଙ୍କୁ ପାନୀୟ ଜଳ ନିୟମିତ ଯୋଗାଣ ପାଇଁ ପଦକ୍ଷେପ ନେବାକୁ ଟିଟିଲାଗଡ଼ ବିଡିଓଙ୍କୁ ନିର୍ଦେଶ ଦେଇଛନ୍ତି। ପାନୀୟ ଜଳ ପାଇବାରୁ ଗାଁ ଲୋକେ ବଂଚିତ ହେଲେ କିଂବା ସରପଞ୍ଚଙ୍କ ସ୍ବାମୀ ହସ୍ତକ୍ଷେପ କଲେ ଆଉନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବ‌ୋଲି ଉପଜିଲ୍ଲାପାଳ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe