ନିୟମଗିରି, ରାୟଗଡ଼ାର ୧୦ ଆନ୍ଦୋଳନକାରୀଙ୍କୁ ବେଆଇନ ଗିରଫ ଅଭିଯୋଗ, ରାଜଧାନୀରେ ପ୍ରତିବାଦ

Advertisment
ନିୟମଗିରି, ରାୟଗଡ଼ାର ୧୦ ଆନ୍ଦୋଳନକାରୀଙ୍କୁ ବେଆଇନ ଗିରଫ ଅଭିଯୋଗ, ରାଜଧାନୀରେ ପ୍ରତିବାଦ

ଭୁବନେଶ୍ବର: କାରଖାନା ପ୍ରଦୂଷଣ ଏବଂ ବିସ୍ଥାପନକୁ ବିରୋଧ କରୁଥିବା ଜନଆନ୍ଦୋଳନକାରୀଙ୍କୁ ପୁଲିସ ଗିରଫ କରୁଥିବା ନେଇ ଅଭିଯୋଗ ହେଉଛି। ରାୟଗଡ଼ା ଜିଲ୍ଲା କାଶୀପୁର ସିଜିମାଳି ଅଞ୍ଚଳର ୮ ଏବଂ କଳାହାଣ୍ଡି ଜିଲ୍ଲା ନିୟମଗିରି ସୁରକ୍ଷା ସମିତିର ୨ ଜଣଙ୍କୁ ସଦସ୍ୟଙ୍କୁ ବେଆଇନ ଗିରଫଦାରୀ ବିରୋଧରେ ରାଜଧାନୀରେ ଗଣପ୍ରତିବାଦ କରାଯାଇଥିଲା। ପ୍ରବଳ ବର୍ଷା ସତ୍ତ୍ବେ ଅନେକ ସଂଖ୍ୟାରେ ଲୋକେ ଏଥିରେ ସାମିଲ ଥିଲେ। ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁସାରେ, ଗତ ୫ ଅଗଷ୍ଟ ରେ ନିୟମଗିରି ସୁରକ୍ଷା ସମିତିର ସଦସ୍ୟ କୃଷ୍ଣ ସିକକାଙ୍କୁ ସାଧା ପୋଷାକଧାରୀ ପୋଲିସ ପ୍ରଥମେ ଅପହରଣ କରିଥିଲେ। ଏହାର ପ୍ରତିବାଦରେ ହାଇକୋର୍ଟରେ ହେବିୟସ୍ କର୍ପସ୍ ଦାଖଲ ହେବାପରେ ୨୦୧୮ ମସିହାର ଏକ କେଶ୍ ରେ ତାଙ୍କୁ ଗିରଫ କରାଯାଇଥିବା ଦର୍ଶାଯାଇଛି।

ଏହି ଘଟଣା ପ୍ରତିବାଦରେ ୬ ଅଗଷ୍ଟ ରେ କଲ୍ୟାଣସିଂହପୁର ଥାନା ସମ୍ମୁଖରେ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ କରୁଥିବା ନିୟମଗିରି ସୁରକ୍ଷା ସମିତିର ସଦସ୍ୟମାନଙ୍କ ବିରୋଧରେ ୟୁଏପିଏ ସହିତ ଅନ୍ୟାନ୍ୟ ସଙ୍ଗୀନ ଦଫାରେ ମକଦ୍ଦମା ରୁଜୁ କରାଯାଇଛି। ଗତ ୧୧ ଅଗଷ୍ଟରୁ ନିୟମଗିରି ସୁରକ୍ଷା ସମିତିର ସମର୍ଥକ ଉପେନ୍ଦ୍ର ବାଗ୍ ଙ୍କୁ ପୋଲିସ୍ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଅଗଷ୍ଟ ୧୪ ତାରିଖରେ କୋର୍ଟ ଚାଲାଣ କରାଯାଇଛି। ସେହିପରି ଗତ ଏକ ସପ୍ତାହ ଧରି ରାୟଗଡ଼ା ଜିଲ୍ଲାର କାଶିପୁର ଓ ସିଜିମାଳି ଅଞ୍ଚଳରେ ପୋଲିସର ବର୍ବରତା ସମସ୍ତ ସୀମା ଅତିକ୍ରମ କରିଛି। ସମୁଦାୟ ଅଞ୍ଚଳକୁ ପୋଲିସ୍ ଛାଉଣୀ କରି ଘର ଭାଙ୍ଗି ମହିଳା ମାନଙ୍କୁ ବେଇଜ୍ଜତ କରାଯାଉଛି। ପୁରୁଷ ମାନଙ୍କୁ ଗିରଫ କରି ପ୍ରବଳ ଶାରୀରିକ ନିର୍ଯାତନା ଦିଆଯାଇ କୋର୍ଟ ଚାଲାଣ କରାଯାଉଛି। ଡି.କେ ବସୁ ରାୟର ସମସ୍ତ ନୀତି ଓ ନିୟମାବଳୀ କୁ ଉଲଂଘନ ଏଭଳି ଗିରଫଦାରୀ ହେଉଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe