ହରିଚନ୍ଦନପୁର ବନପାଳ କାର୍ଯ୍ୟାଳୟ ଘେରାଉ

Advertisment
ହରିଚନ୍ଦନପୁର ବନପାଳ କାର୍ଯ୍ୟାଳୟ ଘେରାଉ

ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍‌ ବଡ଼ପଳାଶପାଳ ପଞ୍ଚାୟତର ଦୁର୍ଗମ ନୋଲ ଗ୍ରାମ ନିକଟ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ବନ ବିଭାଗ ଗତ ୨୫  ତାରିଖରେ ଗ୍ରାମର ହରି ଜୁଆଙ୍ଗକୁ ଗିରଫ କରି କୋର୍ଟଚାଲାଣ କରିଛି। ମିଛ ମାମଲାରେ ହରିକୁ ଗିରଫ କରାଯାଇଥିବା ଅଭିଯୋଗ କରି ଆଜି ନୋଲ ଗ୍ରାମର ୭୦ରୁ ଊର୍ଦ୍ଧ୍ବ ଲୋକେ  ହରିଚନ୍ଦନପୁର ବନପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ।

ଗ୍ରାମର ମନୁ ବେହେରା, ହେମନ୍ତ ମହାକୁଡ଼, ବାବୁ ମହାକୁଡ଼, ସନାତନ ମହାକୁଡ଼, ବିଦ୍ୟାଧର ଜୁଆଙ୍ଗ, ତୁଳସୀ ଜୁଆଙ୍ଗ, ଲୁମି ଜୁଆଙ୍ଗ, ତ୍ରିଲୋଚନ ବାରିକ, ପଦୁ ଜୁଆଙ୍ଗ, ଗଙ୍ଗାଧର ମହାକୁଡ଼ଙ୍କ ଅଭିଯୋଗ ଅନୁଯାୟୀ, ନୋଲ ଓ ରାଣୀପଦା ଗ୍ରାମ ପାଖ ଜଙ୍ଗଲରେ ନିଆଁ ଲାଗୁଥିଲେ ମଧ୍ୟ ବନସୁରକ୍ଷା ବାହିନୀର ଯୁବକମାନେ ନିଆଁ ଲିଭାଉ ନାହାନ୍ତି। ଅନ୍ୟପକ୍ଷରେ  ମିଛରେ ନିଆଁ ଲଗାଇବା ଅଭିଯୋଗରେ ହରି ଜୁଆଙ୍ଗକୁ ମାର୍‌ପିଟ୍‌ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି। ବନସୁରକ୍ଷା ବାହିନୀରୁ ପ୍ରଫୁଲ୍ଲ ମହାକୁଡ଼, କମଳ ମହାକୁଡ଼, ଅର୍ଜୁନ ପରିଡ଼ା, ଗିରିଧାରୀ ଜୁଆଙ୍ଗ, ଗଗନ ଜୁଆଙ୍ଗ ଓ ଆନନ୍ଦିଆ ଜୁଆଙ୍ଗକୁ ତୁରନ୍ତ ବାହାର କରିବାକୁ ଗ୍ରାମବାସୀ ଦବି କରିଛନ୍ତି।

ସେହିପରି ହରିକୁ ଜେଲ୍‌ରୁ ମୁକୁଳାଇବା ପାଇଁ ବନ ବିଭାଗ ପଦ‌କ୍ଷେପ ନେଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।  ବନପାଳ ଡମ୍ବରୁଧର ମହାନ୍ତ  ଲୋକଙ୍କୁ ବୁଝାସୁଝା କରିଥିଲେ। ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ସେହିପରି ରାଣୀପଦା ଗ୍ରାମବାସୀ ଦୁଃଶାସନ ଦେହୁରୀ, ଦେବାନନ୍ଦ ମହାକୁଡ଼, ସୁମନ୍ତ ବେହେରା, ଲକ୍ଷ୍ମୀଧର ଦେହୁରୀ, ପ୍ରାଣନାଥ ଆରୁକ ଓ ରାଉତ ଦେହୁରୀଙ୍କୁ ବନସୁରକ୍ଷା ବାହିନୀରୁ ବାହାର କରିବାକୁ ବନପାଳଙ୍କୁ ଲିଖିତଭାବେ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe