ସମ୍ବଲପୁର ବିଶ୍ବବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା

ସମ୍ବଲପୁର ବିଶ୍ବବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା

Sambalpur University

ବୁର୍ଲା : ଯୁକ୍ତ ତିନି ପଞ୍ଚମ ସେମିଷ୍ଟର ପୁନଃ ମୂଲ୍ୟାୟନର ଫଳ ପ୍ରକାଶ କରିବାରେ ଅହେତୁକ ବିଳମ୍ବର ପ୍ରତିବାଦରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଏଆଇଡିଏସ୍‌ଓ ନେତୃତ୍ୱରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଛନ୍ତି। ଆଗକୁ ପିଜି ଓ ବିଇଡି ପ୍ରବେଶିକା ପରୀକ୍ଷା ଥିବାରୁ ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରୀ ଚିନ୍ତିତ ରହିଛନ୍ତି। ପୂର୍ବରୁ ଜୁନ୍ ୨୦ ତାରିଖରେ ଫଳ ପ୍ରକାଶନ ଦାବିରେ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା।

କର୍ତ୍ତୃପକ୍ଷ ୧୫ଦିନ ମଧ୍ୟରେ ଫଳ ପ୍ରକାଶନ କରିବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଫଳପ୍ରକାଶ କରିବାରେ ବିଫଳ ହୋଇଛନ୍ତି। ତେଣୁ ଏହାର ପ୍ରତିବାଦରେ ଆଜି  ବିଶ୍ୱବିଦ୍ୟାଳୟ ସମ୍ମୁଖରେ ପ୍ରଚଣ୍ଡ ଖରାରେ ଦୀର୍ଘ ସମୟ ଧରି ଛାତ୍ରଛାତ୍ରୀ ଅବିଳମ୍ବେ ଫଳ ପ୍ରକାଶନ ଦାବିରେ ଧାରଣାରେ ବସିଥିଲେ। ଶେଷରେ ଏକ ଛାତ୍ର ପ୍ରତିନିଧି ଦଳ ସହ କର୍ତୃପକ୍ଷ ଆଲୋଚନା କଲା ପରେ ଅଗଷ୍ଟ ୧୬ରେ ଫଳ ପ୍ରକାଶ କରାଯିବାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ଏହି ବିକ୍ଷୋଭରେ ଏଆଇଡିଏସ୍‌ଓର  ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସୁନୀଲ ଭୋଇ, ରାଜ୍ୟ ପରିଷଦ ସଭ୍ୟ ଓ ବଲାଙ୍ଗିର ଜିଲ୍ଲା ସଭାପତି ରାଜେନ୍ଦ୍ର ରଣା, ବଲାଙ୍ଗୀର ଜିଲ୍ଲା ସମ୍ପାଦକ ମଧୁସୁଦନ ବାଗ, ଗୌରୀ ରାଉତ, କମଲେଶ ଦୀପ, ଶ୍ରୀବନ୍ତ ସୁନା, ସିପୁନ ନାଏକ, ମିତେଶ ବାଗ, ନୂତନ କୁମାର ହୋତା, ପ୍ରତିମା କୁମ୍ଭାର ପ୍ରମୁଖ ଏହାର ନେତୃତ୍ବ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe