ମୁମ୍ବାଇ-ହାୱଡା ଲାଇନ୍‌ରେ ଆନ୍ଦୋଳନ

ରାଉରକେଲା ଷ୍ଟେସନରେ ୨୦ରୁ ଅଧିକ ଟ୍ରେନ୍‌ ବାତିଲ

ମୁମ୍ବାଇ-ହାୱଡା ଲାଇନ୍‌ରେ ଆନ୍ଦୋଳନ

ରାଉରକେଲା: ଦକ୍ଷିଣ ପୂର୍ବ ରେଳବାଇର ମୁମ୍ବାଇ -ହାୱଡା ମୁଖ୍ୟ ମାର୍ଗର ଖଡଗପୁର ନିକଟରେ ବିକ୍ଷୋଭକାରୀଙ୍କ ଧାରଣା ଓ ରେଳ​ରୋକୋରୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସମ୍ଭାବ୍ୟ ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଦକ୍ଷିଣ ପୂର୍ବ  ରେଳବାଇ ପକ୍ଷରୁ ୨୦୫ ମେଲ୍‌, ଏକ୍ସପ୍ରେସ୍ ଓ ପାସେଞ୍ଜର ଟ୍ରେନ୍‌ଗୁଡ଼ିକୁ ବାତିଲ କରାଯାଇଛି। ଏଥିସହ ୭୪ଟି ଟ୍ରେନ୍‌ର ଗନ୍ତବ୍ୟସ୍ଥଳକୁ ଅଧାରୁ ବାତିଲ କରାଯାଇଛି। ୮୯ ଟ୍ରେନ୍‌ର ଗତିପଥ ପରିବର୍ତ୍ତନ ହୋଇଛି। ୪ଟି ଟ୍ରେନ୍‌ ସମୟ ସାରଣୀକୁ ପରିବର୍ତ୍ତନ କରାଯାଇଛି। ଆନ୍ଦୋଳନ ପ୍ରଭାବ ଚକ୍ରଧରପୁର ମଣ୍ଡଳ ଅନ୍ତର୍ଗତ କେତେକ ପ୍ରମୁଖ ଷ୍ଟେସନ ଉପରେ ପଡିଛି।

ରାଉରକେଲା ଦେଇ ଦୈନିକ ଯାତାୟତ କରୁଥିବା ପାଖାପାଖି ୨୦ରୁ ଅଧିକ ଏକ୍ସପ୍ରେସ୍‌ ଓ ପାସେଞ୍ଜର ଟ୍ରେନକୁ ବାତିଲ ହୋଇଛି। ବାତିଲ ଟ୍ରେନ୍‌ଗୁଡ଼ିକ ମଧ୍ୟ​ରେ ରହିଛି ହାୱଡା- ହଟିଆ -ହାୱଡା ଏକ୍ସପ୍ରେସ୍‌, ହାୱଡା-ଜଗଦଲପୁର ଏକ୍ସପ୍ରେସ୍‌,  ହାୱଡା- ଅହମ୍ମଦାବାଦ ଏକ୍ସପ୍ରେସ୍‌,  ଟାଟାନଗର-ଖଡଗପୁର-ଟାଟାନଗର ସ୍ବତନ୍ତ୍ର,  ହାୱଡା-ବଡ଼ବିଲ୍‌ ଜନଶତାବ୍ଦୀ ଏକ୍ସପ୍ରେସ୍‌, ହାୱଡା-କଣ୍ଟାବାଞ୍ଜି-ହାୱଡା ଏକ୍ସପ୍ରେସ୍‌ । ପୁରୀ -ନୂଆଦିଲ୍ଲୀ ଏକ୍ସପ୍ରେସ୍‌,  ମୁମ୍ବାଇ-ହାୱଡା ଦୂରନ୍ତ ଏକ୍ସପ୍ରେସ୍‌,  ଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସ୍‌ ଇତ୍ୟାଦି। ପ୍ରମୁଖ ଟ୍ରେନ୍‌ଗୁଡ଼ିକୁ ବାତିଲ ହୋଇଥିବା ଯାତ୍ରୀମାନଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚିବାରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ଆଜି ରାଉରକେଲା ଷ୍ଟେସନରୁ ହାୱଡା ଓ ଅନ୍ୟାନ୍ୟ ସ୍ଥାନକୁ ଯିବାକୁ ଅପେକ୍ଷା କରିଥିବା ଯାତ୍ରୀମାନେ ନିରାଶ ହୋଇ ଘରକୁ ଫେରିଥିଲେ। ରାଉରକେଲା-ଚକ୍ରଧରପୁର ଓ ଟାଟାକୁ ଯାତାୟତ କରୁଥିବା କିଛି ପେସେଞ୍ଜର ଟ୍ରେନ୍‌ ବାତିଲ​ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe