ତିହିଡ଼ି: ୫ ବର୍ଷ ତଳେ ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ତାଳପଦା ପଞ୍ଚାୟତ ଅଧୀନ ଗୋପଗଦାଧରପୁର ଗାଁ’ର ବିଜୟ ନାୟକଙ୍କୁ ମୋନାଲିସା ନାୟକ ନାମକ ଜଣେ ଯୁବତୀ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ତେବେ ବିଭିନ୍ନ ସମୟରେ ମୋନାଲିସାଙ୍କୁ ଶାଶୂଘର ଲୋକ ନିର୍ଯାତନା ଦେଉଥିଲେ। ଯାହାକୁ ନେଇ ମୋନାଲିସା ଓ ବିଜୟଙ୍କ ପରିବାର ମଧ୍ୟରେ ଏକାଧିକଥର ଆପୋସ ବୁଝାବଣା ହୋଇଥିଲା।
ତେବେ ଜୁନ୍ ମାସ ୨୯ ତାରିଖରେ ମୋନାଲିସାଙ୍କୁ ଶାଶୂଘର ଲୋକ ହତ୍ୟା କରିଥିବା ଅଭିଯୋଗ ଆସିଥିଲା। ଫଳରେ ମୋନାଲିସାଙ୍କ ବାପାଘର ଲୋକ ସ୍ବାମୀ ବିଜୟଙ୍କ ସହ ବିବାହିତା ନଣନ୍ଦ, ତାଙ୍କର ଦୁଇ ପୁଅ, ଶାଶୂ, ଶ୍ୱଶୁର ଓ ଦିଅରଙ୍କ ନାମରେ ଅଭିଯୋଗ କରିଥିଲେ। ଫଳରେ ପୁଲିସ ତଦନ୍ତ କରି ସ୍ୱାମୀ ବିଜୟ ସହ ନଣନ୍ଦ ଓ ଶ୍ବଶୁରଙ୍କୁ ଗରିଫ କରିଛି। ତେବେ ଅନ୍ୟମାନଙ୍କୁ ଏଯାଏ ଗିରଫ କରାଯାଇନି। ଏପରି ସମୟରେ ଗିରଫ ହୋଇ ନଥିବା ଅଭିଯୁକ୍ତଙ୍କୁ ଗିରଫ ଦାବି କରି ଆଜି ମୋନାଲିସାଙ୍କ ମାଆ ଶକୁନ୍ତଳା ନାୟକ, ଭାଇ ରାକେଶ ନାୟକ, ବଡ଼ମାଅ କୁଞ୍ଜଲତା ନାୟକ, ପ୍ରଗତିଶୀଳ ମଞ୍ଚର ଜିଲ୍ଲା ସମ୍ପାଦିକା ଟୁନିଲତା ଜେନା, ପ୍ରମିଳା ଜେନା, ଶ୍ରୀମତୀ ବେହେରା, ସୁନାମଣି ଜେନା, ସବିତା ଜେନା, ଝୁନୁଲତା ଜେନା ଓ କମଳା ମଲ୍ଲିକ ପ୍ରମୁଖ ଏସ୍ପି ଅଫିସ୍ ଆଗରେ ଧାରଣା ଦେଇଛନ୍ତି।
Follow Us