ଅଙ୍ଗନବାଡ଼ି କର୍ମୀଙ୍କ ଧାରଣା

Advertisment
ଅଙ୍ଗନବାଡ଼ି କର୍ମୀଙ୍କ ଧାରଣା

ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍‌ର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ୪ ଦଫା ଦାବି ନେଇ ଆଜି ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଅଲ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ ୱାର୍କର୍ସ ଆସୋସିଏସନ ଏବଂ ଭାରତୀୟ ମଜଦୁର ସଂଘର ଆହ୍ଵାନକ୍ରମେ ଏହି ଧାରଣା ଦିଆଯାଇଛି।

ଅଙ୍ଗନବାଡ଼ି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ କରିବା, ମାସକୁ ୧୮ ହଜାର ଟଙ୍କା ଦରମା ଓ ସହାୟିକାଙ୍କୁ ୯ ହଜାର ଟଙ୍କା ପ୍ରଦାନ କରିବା, ମିନି ଅଙ୍ଗନବାଡ଼ି କର୍ମୀଙ୍କୁ ଅଙ୍ଗନବାଡ଼ି କର୍ମୀ ଭାବେ ଘୋଷଣା କରିବା, ରନ୍ଧା ଖାଦ୍ୟର ମୂଲ୍ୟ ବୃଦ୍ଧି କରିବା ଏବଂ ଅଙ୍ଗନବାଡ଼ି କର୍ମୀଙ୍କୁ ୫ ଲକ୍ଷ ଓ ସହାୟିକାଙ୍କୁ ୩ ଲକ୍ଷ ଟଙ୍କା ଅବସରକାଳୀନ ସହାୟତା କରିବାକୁ ଅଙ୍ଗନବାଡ଼ି କର୍ମୀମାନେ ଦାବି କରିଛନ୍ତି। ହରିଚନ୍ଦନପୁର ବ୍ଲକ ଅଙ୍ଗନବାଡ଼ି କର୍ମୀ ସଂଘର ସଭାପତି ଅରୁନ୍ଧତୀ ନାଏକ, ଉପ ସଭାପତି କୁନ୍ତଳା ଗାଗରାଇ, ସମ୍ପାଦିକା ରୁକ୍ମଣୀ ସାହୁ, କୋଷାଧ୍ୟକ୍ଷ ରୀନା ବେହେରା, ସବିତା ସେଠୀ, ବାସନ୍ତୀ ନାଏକ କାଞ୍ଚନବାଳା ସାହୁ, ସ୍ୱର୍ଣ୍ଣପ୍ରଭା ସାହୁ, ନନ୍ଦୀ ଦେଇ, ରଂଜୁବାଳା ନାଏକ, ଅହଲ୍ୟା ମହାନ୍ତ, ଶକୁନ୍ତଳା ନାଏକ, ଭାର୍ଗବୀ ମହାନ୍ତ ଏହି ଧାରଣାରେ ନେତୃତ୍ବ ନେଇଥିଲେ। ଏହି ଧାରଣାରେ ବ୍ଲକ୍‌ର ୨୮୬ ଟି ଅଙ୍ଗନବାଡ଼ି ଓ ମିନି ଅଙ୍ଗନବାଡ଼ି କେନ୍ଦ୍ରର ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଯୋଗ ଦେଇଥିଲେ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସଂଘର କୋଷାଧ୍ୟକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe