ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ବିକ୍ଷୋଭ

Advertisment
ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ବିକ୍ଷୋଭ

ବୌଦ୍ଧ: ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଅଲ୍‌ ଓଡ଼ିଶା ଲେଡିଜ୍‌ ୱାର୍କର୍ସ ଆସୋସିଏସନ ପକ୍ଷରୁ ବୁଧବାର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଠଟି ଦାବି ନେଇ ସଂଘର ସଦସ୍ୟାମାନେ ୨୧ ଦିନ ହେଲା କାର୍ଯ୍ୟବନ୍ଦ କରି ଆଇସିଡିଏସ୍‌ ଅଫିସ ସମ୍ମୁଖରେ ଧାରଣାରେ ବସି ଆସୁଛନ୍ତି। ତଥାପି ଦାବି ପୂରଣ ନ ହେବାରୁ ଜିଲ୍ଲା ସଭାନେତ୍ରୀ ଉର୍ମିଳା ମହାପାତ୍ର ଓ ସମ୍ପାଦିକା ସତ୍ୟବତୀ ସାହୁଙ୍କ ନେତୃତ୍ବରେ ବୁଧବାର କଚେରି ଛକରୁ ବିରାଟ ପଟୁଆରରେ ଆସି ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଧାରଣାରେ ବସିଥିଲେ।

ଏହି ଅବସରରେ ଅନୁ‌ଷ୍ଠିତ ପ୍ରତିବାଦ ସଭାରେ ଭାରତୀୟ ମଜଦୁର ସଂଘ ଜିଲ୍ଲା ସମ୍ପାଦକ ଲୋକନାଥ ଶତପଥୀ, ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ମହାପାତ୍ର ଓ ରାଜ୍ୟ ସଂଘର ପ୍ରାନ୍ତୀୟ ସହଯୋଗ ମନ୍ତ୍ରୀ ଦିଲୀପ ଚନ୍ଦ୍ର ମହନ୍ତ ବକ୍ତବ୍ୟ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଦାବିଗୁଡ଼ିକ ମଧ୍ୟରେ ୨୦୧୮ ଆନ୍ଦୋଳନ ସମୟରେ ବହିଷ୍କୃତ ୬ ଜଣ କର୍ମୀଙ୍କୁ ନିଯୁକ୍ତି, ସରକାରୀ ଚାକିରି ମାନ୍ୟତା ଓ ତା’ ପୂର୍ବରୁ କର୍ମୀଙ୍କୁ ୧୮ ହଜାର ଟଙ୍କା ଓ ସହାୟିକାଙ୍କୁ ୯ ହଜାର ଟଙ୍କା ମାସିକ ଦରମା ସହ ଇପିଏଫ, ଇଏସଆଇସି ଓ ଗ୍ରାଚୁଟିରେ ସାମିଲ, ମିନି ଅଙ୍ଗନୱାଡ଼ି କେନ୍ଦ୍ର ଉଚ୍ଛେଦ, ଅବସର ସହାୟତା ୫ ଲକ୍ଷ ଟଙ୍କା ଓ ମାସିକ ପେନସନ ୫ ହଜାର ଟଙ୍କା ପ୍ରଦାନ, କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ହେଲେ ୫ ଲକ୍ଷ ଟଙ୍କା ସହାୟତା ସହ ପରିବାରର ଜଣଙ୍କୁ ଚାକିରି, ଗାଁ କଲ୍ୟାଣ ସମିତିରୁ ବାଦ ଦେଇ ପୋଷଣ ଟ୍ରାକରରେ ଜିପିଏସ ବ୍ୟବସ୍ଥା ବନ୍ଦ ସହ ପୂର୍ବ ଭଳି ଗ୍ରୀଷ୍ମ ଅବକାଶ ଲାଗୁ, ଅଭିଜ୍ଞତା ଓ ଯୋଗ୍ୟତା ଆଧାରରେ ବୟସ ସୀମା ନ ରଖି ପ୍ରାକ୍‌ ପ୍ରାଥମିକ ଶିକ୍ଷକ ମାନ୍ୟତା ଓ ଯୋଗ୍ୟ କର୍ମୀଙ୍କୁ ପରିଦର୍ଶିକା ଭାବେ ପଦନ୍ନୋତି ଆଦି ଅନ୍ତର୍ଭୁକ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe