ଅଙ୍ଗନବାଡ଼ି କର୍ମୀଙ୍କ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ଓ ରାସ୍ତାରୋକ

Advertisment
ଅଙ୍ଗନବାଡ଼ି କର୍ମୀଙ୍କ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ଓ ରାସ୍ତାରୋକ

ବଲାଙ୍ଗୀର: ଆଠ ଦଫା ଦାବି ନେଇ ମାସେରୁ ଅଧିକ ହେଲା ଅଙ୍ଗନବାଡ଼ି କର୍ମୀମାନେ ଆନ୍ଦୋଳନ କରି ଆସୁଛନ୍ତି। ଆଜି ବି ବିଭିନ୍ନ ଦାବି ନେଇ ଅଙ୍ଗନବାଡ଼ି କର୍ମୀମାନେ ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଥିଲେ। ସହର ଭିତରେ ଶୋଭାଯାତ୍ରା କରି ଜିଲ୍ଲାପାଳ କାର୍ଯ୍ୟାଳୟ ପହଞ୍ଚିଥିଲେ। ଏହାପରେ ଧାରଣାରେ ବସିବା ସହ ରାସ୍ତାରୋକ କରିଥିଲେ। ଅଲ୍‌ ଓଡ଼ିଶା ଅଙ୍ଗନବାଡ଼ି ସଂଘ ସଭାନେତ୍ରୀ ସୁମିତା ମହାପାତ୍ର ଓ ଜିଲ୍ଲା ଅଙ୍ଗନବାଡ଼ି ସଂଘ ସଂପାଦିକା ବିନୋଦିନୀ ପଟେଲଙ୍କ ନେତୃତ୍ୱରେ ଶତାଧିକ କର୍ମୀ ନିଜ ଦାବି ଉପସ୍ଥାପନ କରିଥିଲେ।

ଦାବିଗୁଡ଼ିକ ମଧ୍ୟରେ ବହିଷ୍କୃତ ୬ ଜଣ କର୍ମୀଙ୍କୁ ନିଯୁକ୍ତି ପ୍ରଦାନ, ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ, ୧୮ହଜାର ଦରମା, ଅବସରକାଳୀନ ୫ଲକ୍ଷ ଟଙ୍କା ପ୍ରଦାନ ଓ ୫ ହଜାର ଟଙ୍କା ପେନ୍‌ସନ୍‌ ପ୍ରଦାନ ଇତ୍ୟାଦି ଦାବି କରାଯାଇଥିଲା। ଅଙ୍ଗନବାଡ଼ି କର୍ମୀଙ୍କ କହିବା ହେଲା, ରାଜ୍ୟ ଓ କେନ୍ଦ୍ର ସରକାର ଅନେକ କାମରେ ସେମାନଙ୍କୁ ଲଗାଉଥିଲେ ବି ଉପଯୁକ୍ତ ଦରମା ଦେଉନାହାନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାଜ୍ୟସାରା ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କହାଯାଇଛି। ଆନ୍ଦୋଳନ ପାଇଁ ଦୁଇଘଣ୍ଟା କାଳ କଚେରି ଛକ ମୁଖ୍ୟ ରାସ୍ତାରେ ଯାତାୟାତ ଠପ୍‌ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe