ଅଙ୍ଗନବାଡ଼ି କର୍ମୀ ଓ ସହାୟିକଙ୍କ ଆଇସିଡିଏସ୍‌ ଅଫିସ୍‌ ଘେରାଉ

Advertisment
ଅଙ୍ଗନବାଡ଼ି କର୍ମୀ ଓ ସହାୟିକଙ୍କ ଆଇସିଡିଏସ୍‌ ଅଫିସ୍‌ ଘେରାଉ

ନୂଆପଡ଼ା/ସିନାପାଲି: ନୂଆପଡ଼ା ଜିଲ୍ଲା ୫ଟି ବ୍ଲକ୍‌ର ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ୧୮ ଦଫା ଦାବି ନେଇ ସିନାପାଲି ଆଇସିଡିଏସ୍ ଅଫିସ୍ ଘେରାଉ କରିଛନ୍ତି। ଏନେଇ ଶତାଧିକ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଏକତ୍ର ହୋଇ ଏକ ଶୋଭାଯାତ୍ରରେ ବହାରି ସିନାପାଲି ଆଇସିଡିଏସ୍‌ ଅଫିସ୍‌ରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିଗୁଡ଼ିକ ମଧ୍ୟରେ ଏସ୍‌ଏଚ୍‌ଜିମାନଙ୍କୁ ଅଣ୍ଡା ବଣ୍ଟନ କରିବାକୁ ଦିଆଯାଥିବା ନିର୍ଦ୍ଦେଶ ବନ୍ଦ କରାଯାଉ, ଠିକ୍ ଭାବରେ ଓଜନ କରାଯାଇ କେନ୍ଦ୍ରମାନଙ୍କୁ ପଠାଯାଉ, ଠିକ୍‌ ସମୟରେ ମାସିକ ଦରମା ପ୍ରଦାନ କରାଯାଉ, ଯେଉଁ ଅଧିକାରୀଙ୍କ ୫ ବର୍ଷରୁ ଅଧିକ ହେଲାଣି ସେମାନଙ୍କୁ ଅନ୍ୟତ୍ର ବଦଳି କରାଯାଉ, ପ୍ରତି ଅଙ୍ଗନବାଡ଼ି କେନ୍ଦ୍ରକୁ ରୋଷେଇ ସାମଗ୍ରୀ ଯୋଗାଇ ଦିଆଯାଉ ଆଦି ଦାବି ରହିଛି।

ଏହି ଦାବି ସମାବେଶରେ ବ୍ଲକ୍‌ ଅଙ୍ଗନବାଡି କର୍ମୀ ସଂଘ ସଭାନେତ୍ରୀ ପ୍ରେମ ବଲ୍ଲରୀ ହରପାଲ, ସମ୍ପାଦିକା ଭାନୁମତୀ ନାୟକ, ଉପସଭାନେତ୍ରୀ ଉର୍ମିଲା ସୁନାନୀ, କବିତା ସାହୁ, ଜାନକୀ ମେହେର, ସୁଚିସ୍ମିତା କର, ସଂଗୀତା ହଂସ, ରଜୁଲା ଜଗତ, ତରୁଲତା ଭୋଇ, ବନିତା ଜଗତ, ବେଲମତୀ ମାଝୀ, ସରୋଜିନୀ ଦାସ ପ୍ରମୁଖ ସାମିଲ ହୋଇଥିଲେ।

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଠାରେ ଅଲ୍‌ ଓଡ଼ିଶା ଅଙ୍ଗନବାଡ଼ି ମହିଳା ୱାର୍କର ସଂଘ ଓ ସହାୟିକା ପକ୍ଷରୁ ୨୨ ଦଫା ଦାବି ନେଇ ଖଡ଼ିଆଳ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଖଡ଼ିଆଳ ସମଳେଶ୍ବରୀ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବହୁ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ବାହାରି ନଗର ପରିକ୍ରମା କରି ସିଡିପିଓ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସିଡିପିଓଙ୍କ ଅନୁପସ୍ଥିତିରେ ସୁପର୍‌ଭାଇଜର୍‌ ଦମୟନ୍ତୀ ଜେନାଙ୍କୁ ପ୍ରଦାନ କରିଥିଲେ।

ଏହି ଦାବି ସମାବେଶରେ ସଂଘର ଉପେଦେଷ୍ଟା ଯଦୁମଣି ପାଣିଗ୍ରାହୀ, ଖଡ଼ିଆଳ ବ୍ଲକ ସଭନେତ୍ରୀ ମୁକ୍ତା ମାଝୀ, ଉପସଭାନେତ୍ରୀ ଗୀତାଞ୍ଜଳି ବିଶି, ସମ୍ପାଦିକା ରୀତା ଦାଶ, ମିତା ଟେଣ୍ଡକାରୀ, ଡାଳ ସୁନା, କୁମୁଦିନୀ ଭୋଇ, ଶକୁନ୍ତଳା ପରାଭୁଏ, ମମତାଞ୍ଜଳି ମେହେର, ଜୟନ୍ତୀ ଶବର, ରୂପେଲି ତାଣ୍ଡି, ଜ୍ୟୋତ୍ସ୍ନା ସୁନାନୀ, ତରୁଣୀ ମେହେର, ଦ୍ରୌପଦୀ ସଗରିଆ ପ୍ରମୁଖଙ୍କ ସମେତ ବ୍ଲକର ବହୁ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସାମିଲ ଥିଲେ।

କୋମନା: କୋମନା ଅଙ୍ଗନବାଡ଼ି ସଂଘ ପକ୍ଷରୁ ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କୋମନା ଅଙ୍ଗନବାଡ଼ି ସଂଘ ସଭାନେତ୍ରୀ ଚନ୍ଦ୍ରିକା ପାଣିଗ୍ରାହୀଙ୍କ ନେତୃତ୍ଵରେ ହୋଇଥିବା ଦାବି ସମାବେଶରେ ସମ୍ପାଦିକା ରଶ୍ମିତା ପ୍ରଧାନ, ଏତାଞ୍ଜଳି ସରାଫ, ସବିତା ପଟେଲ, ମୁକ୍ତା ସଵର, ତପବନ୍ତୀ ଦୁରିଆ, ରାଜେଶ୍ଵରୀ ସବର, ସୁଚିସ୍ମିତା ବାରିକ, ପ୍ରତିଭା ସାହୁ, ନିରୁପମା ଦାସ, ଅନୁରାଧା ନାଏକ, ପଦ୍ମିନୀ ବାଗ, କୈକେଇ ଦୀପ ପ୍ରମୁଖ ସାମିଲ ହୋଇଥିଲେ। କୋମନା ସିଡିପିଓ ବିମୋଲିନୀ ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe