ତେଜୁଛି ଅଙ୍ଗନବାଡ଼ି କର୍ମୀ, ସହାୟିକା ଆନ୍ଦୋଳନ

Advertisment

ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଗର୍ଜିଲେ

ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଗର୍ଜିଲେ

ତେଜୁଛି ଅଙ୍ଗନବାଡ଼ି କର୍ମୀ, ସହାୟିକା ଆନ୍ଦୋଳନ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାସ୍ତରୀୟ ଭାରତୀୟ ମଜଦୁର ସଂଘ ସଂଲଗ୍ନ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ୮ ଦଫା ଦାବି ନେଇ ଜିଲ୍ଲାପାଳ ଅଫିସ୍‌ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦୀର୍ଘ ଦିନ ହେଲା ଦାବି ନେଇ ଆନ୍ଦୋଳନ ଚଲାଇଥିବା ବେଳେ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ କର୍ମୀମାନେ ନାରାବାଜି କରିଛନ୍ତି। ଜିଲ୍ଲା ଅଙ୍ଗନବାଡ଼ି ସଂଘ ସମ୍ପାଦିକା ଚନ୍ଦ୍ରପ୍ରଭା ପାଣିଗ୍ରାହୀଙ୍କ ନେତୃତ୍ବରେ ହଜାର ହଜାର ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଏକ ଶୋଭାଯାତ୍ରାରେ ସହର ପରିକ୍ରମା ପରେ ଜିଲ୍ଲାପାଳ ଅଫିସ୍‌ ଆଗରେ ପହଞ୍ଚିଥିଲେ।

ଫଳରେ ୩୫୩ ନଂ ଜାତୀୟ ରାଜପଥ ଗୋଟିଏ ପାର୍ଶ୍ବ ରାସ୍ତା ଦୀର୍ଘ ସମୟ ଧରି ବନ୍ଦ ରହିଥିଲା। ଉପଜିଲ୍ଲାପାଳ ରାମଚନ୍ଦ୍ର ଖାଡ଼ିଆ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ହେଲେ ସେମାନେ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିବା  ପାଇଁ ଜିଦ୍‌ ଧରିଥିଲେ। ପରେ ସାଂସଦ ବସନ୍ତ ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ପାଢ଼ୀଙ୍କ ସହ ଏକ ୫ ଜଣିଆ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟିବା ସହ ୮ ଦଫା ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲାପାଳ ଦାବିପତ୍ର ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ବିକ୍ଷୋଭ ସମାବେଶରେ ଜିଲ୍ଲାର ୫ଟି ବ୍ଲକ ତଥା​ ୩ଟି ଏନ୍‌ଏସିର ହଜାର ହଜାର ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe