ଆବାସ ​ହେରଫେର ପ୍ରତିବାଦରେ ବ୍ଲକ ଘେରିଲା ବିଜେପି

Advertisment
ଆବାସ ​ହେରଫେର ପ୍ରତିବାଦରେ ବ୍ଲକ ଘେରିଲା ବିଜେପି

ପାଟଣା: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେରଫେର ପ୍ରତିବାଦରେ ବିଜେପି ପକ୍ଷରୁ ଆଜି ସାହାରପଡା ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତବର୍ମା, ପୂର୍ବତନ ଜିଲ୍ଲା ପରିଷଦ ଅଧଖ୍ୟା ମମିତା ନାଏକ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସିଂ,  କରଞ୍ଜିଆ ପ୍ରଭାରୀ ଶିବାଜୀ ଗୌତମ ମହାନ୍ତ ବର୍ମା,  ପାଟଣା ବିଧାନସଭା ପ୍ରଭାରୀ କୃପାସିନ୍ଧୁ ମହାନ୍ତ, ବିଧାନସଭା ନିର୍ବାଚନ ମଣ୍ଡଳୀ ସଂଯୋଜକ ସୁଦର୍ଶନ ମହାନ୍ତ, ପୂର୍ବତନ ସମିତି ସଭ୍ୟ ମହେଶ୍ୱର ପୃଷ୍ଟି, ପୂର୍ବତନ ସରପଞ୍ଚ ଶିବାନୀ ଚମ୍ପିଆ, ମଣ୍ଡଳ ସଭାପତି ବୁଲୁ ବାରିକ ଓ ନରହରୀ ମହାନ୍ତ, ନେତ୍ରାନନ୍ଦ ମହାନ୍ତ  ପ୍ରମୁଖ ଉଦବୋଧନ ଦେଇଥଇଲେ।

ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ସବୀର ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ବିକ୍ଷୋଭ ପ୍ରଦର୍ଶନରେ  ଅନ୍ୟମାନଙ୍କ ମଧ୍ୟରେ ବିଜେପିର ବରିଷ୍ଠ ନେତା ଗଗନ ବିହାରୀ ସେଠୀ, ପୂର୍ବତନ ସମିତି ସଭ୍ୟ ଧ୍ରୁବ ଚରଣ ନାଏକ, ପୂର୍ବତନ ସରପଞ୍ଚ ରମେଶ ଚନ୍ଦ୍ର ମୁଣ୍ଡା, ପୂର୍ଣଚନ୍ଦ୍ର ପାତ୍ର, ହରିଶ୍ଚନ୍ଦ୍ର ମହାନ୍ତ, ହିମାଂଶୁ ମହାନ୍ତ, ଅଶ୍ୱିନୀ କୁମାର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe