ବ୍ଲକ୍ ଅଫିସ୍‌ ଆଗରେ ‘କଲର୍‌ ୱାର୍କର୍ସ ୟୁନିଅନ’ର ବିକ୍ଷୋଭ

Advertisment
ବ୍ଲକ୍ ଅଫିସ୍‌ ଆଗରେ ‘କଲର୍‌ ୱାର୍କର୍ସ ୟୁନିଅନ’ର ବିକ୍ଷୋଭ

ଜୁନାଗଡ଼: ରଙ୍ଗ ମିସ୍ତ୍ରିମାନଙ୍କ ବିଭିନ୍ନ ସମସ୍ୟା ନେଇ କଳାହାଣ୍ଡି ଜିଲ୍ଲା ‘କଲର ୱାର୍କର୍ସ ୟୁନିଅନ’ ପକ୍ଷରୁ ଶୁକ୍ରବାର ଜୁନାଗଡ଼ ବ୍ଲକ୍‌ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଦାବିପତ୍ର ଦିଆଯାଇଛି। ୟୁନିଅନର ଜୁନାଗଡ଼ ବ୍ଲକ୍ ସଭାପତି ଜବରସିଂ ତାଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ସମ୍ପାଦକ ଆଲୋକ ଛତ୍ରିଆ, ଉପସଭାପତି ରାଧେଶ୍ୟାମ ଦୀପ, ସହସମ୍ପାଦକ କୁମରମଣି କନ୍ଦପାନ, କୋଷାଧ୍ୟକ୍ଷ ସିଦ୍ଧାର୍ଥ କଟା, କଳାହାଣ୍ଡି ଆବାହକ ଜଗଦୀଶ ଦୁର୍ଗା, ଉପଦେଷ୍ଟା ଦାମୋଦର ବେହେରା, ସଞ୍ଜୟ ସୁନାନୀ, ସୁଶାନ୍ତ ଜାଲ, ରାଜ୍ୟ ଉପସଭାପତି ଅକ୍ଷୟ ମେହେର, ଧର୍ମଗଡ଼ ସଭାପତି ଦେବରାଜ ଲହଜଳ, ସମ୍ପାଦକ ବୀଣା ଶବର, କୋଷାଧ୍ୟକ୍ଷ କୁନୁ ଭୋଇ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ।

ପରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦେଇଥିଲେ। ରଙ୍ଗ ମିସ୍ତ୍ରିମାନଙ୍କୁ କୁଶଳି ଶ୍ରମିକ ମାନ୍ୟତା, ଦୈନିକ ମଜୁରି ୬୦୦ ଟଙ୍କା, ଦୁର୍ଘଟଣାଜନିତ ମୃତ୍ୟୁ ସହାୟତା ରାଶି ୧୦ ଲକ୍ଷ ଟଙ୍କା ଦେବା ଆଦି ଦାବି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe