କେନ୍ଦ୍ର ସରକାରଙ୍କ ସ୍ବେଚ୍ଛାଚାରିତା ଯୋଗୁ ଗଣତନ୍ତ୍ର ସୁରକ୍ଷିତ ନୁହେଁ: ଭକ୍ତ ଦାସ

Advertisment

ଜିଲ୍ଲାପାଳଙ୍କ ଅଫିସ ଆଗରେ ଜିଲ୍ଲା କଂଗ୍ରେସର ଧାରଣା

ଜିଲ୍ଲାପାଳଙ୍କ ଅଫିସ ଆଗରେ ଜିଲ୍ଲା କଂଗ୍ରେସର ଧାରଣା

କେନ୍ଦ୍ର ସରକାରଙ୍କ ସ୍ବେଚ୍ଛାଚାରିତା ଯୋଗୁ ଗଣତନ୍ତ୍ର ସୁରକ୍ଷିତ ନୁହେଁ: ଭକ୍ତ ଦାସ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ଭବାନୀପାଟଣା ସହର ଦଳୀୟ ଅଫିସରୁ ବାହାରି କଳାହାଣ୍ଡି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ପହଞ୍ଚିବା ପରେ ଧାରଣା ଦେଇଥିଲେ। ଏହି ଧାରଣାରେ ହିଡେନବର୍ଗ ରିପୋର୍ଟ ଉପରେ ତଦାରଖ ନିମନ୍ତେ ଜେପିସି ଗଠନ କରିବା, ରାହୁଲ ଗାନ୍ଧିଙ୍କ ବିରୋଧରେ ଷଡ଼ଯନ୍ତ୍ର କରି ଲୋକସଭା ସଦସ୍ୟ ପଦବି ଆଯୋଗ୍ୟ ଘୋଷିତ କରିବା ନେଇ ପ୍ରତିବାଦ କରି କଂଗ୍ରେସ ନେତାମାନେ ଗର୍ଜି ଥିଲେ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ କେନ୍ଦ୍ର ସରକାରଙ୍କ ସ୍ବେଚ୍ଛାଚାରିତା ଶାସନ ବିରୋଧରେ କଂଗ୍ରେସ ପକ୍ଷରୁ ଉଚିତ ଜବାବ ଦିଆଯିବ ବୋଲି ଗର୍ଜି ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଦିବାସୀ ନେତା ପରମାନନ୍ଦ ମାଝୀ, ଯୁବନେତା ତ୍ରିଲୋଚନ ପାଣିଗ୍ରାହୀ, ମହମ୍ମଦ ସାହେବ, ବାବା ଅଲ୍ଲୀ ଖାଁ, ସରୋଜ ବାଗ, ତୁଲେଶ୍ୱେର ନାଏକ, ସଚିନ ନାଏକ, ଜ୍ୟୋତ୍ସ୍ନାମୟୀ ବଗର୍ତ୍ତି, ମହେନ୍ଦ୍ର ସାହୁ, ମୋତି କୈବର୍ତ୍ତ, ମନ୍ଦାକିନୀ ବାଣୁଆଙ୍କ ସମେତ ବହୁ ନେତା ଯୋଗ ଦେଇ ଉଦବୋଧନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe