ରାହୁଲଙ୍କ ସାଂସଦ ପଦବି ରଦ୍ଦ ବିରୋଧରେ କଂଗ୍ରେସର ଧାରଣା

Advertisment
ରାହୁଲଙ୍କ ସାଂସଦ ପଦବି ରଦ୍ଦ ବିରୋଧରେ କଂଗ୍ରେସର ଧାରଣା

representetional immage - Hindustan Times

ସୁନ୍ଦରଗଡ଼: ରାହୁଲ ଗାନ୍ଧୀଙ୍କ ସାଂସଦ ପଦବି ରଦ୍ଦ ବିରୋଧରେ ସୋମବାର ଜିଲ୍ଲା କଂଗ୍ରେସ ସ୍ଥାନୀୟ ଡିଆରଡିଏ ଛକରେ ଧାରଣା ଦେଇ ମୋଦୀ ସରକାରଙ୍କ ଏକଛତ୍ରବାଦ ଶାସନକୁ ତୀବ୍ର ସମାଲୋଚନା କରିଛି। ଜିଲ୍ଲା ସଭାପତି ବେଣୁମାଧବ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଧାରଣରେ କଂଗ୍ରେସ କର୍ମକର୍ତ୍ତା ସାମିଲ ହୋଇ ମୋଦୀ ସରକାର ଷଡ଼ଯନ୍ତ୍ର ରଚି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ପଦବି ରଦ୍ଦ କରାଇଛନ୍ତି ବୋଲି ଅଭିଯୋଗ କରିଥିଲେ।

ବ୍ୟାଙ୍କ ଠକେଇ କରି ବିଦେଶକୁ ପଳାୟନ କରିଥିବା ମୋଦୀ ସଂଜ୍ଞାଧାରୀଙ୍କୁ ରାହୁଲ ସମାଲୋଚନା କରିଥିବା ବେଳେ ତାକୁ ପଛୁଆବର୍ଗଙ୍କ ଅପମାନ କହି ବିଜେପି ହୀନ ରାଜନୀତି କରୁଛି। ଦେଶ ଏ କୁତ୍ସିତ ରାଜନୀତିକୁ ଦେଖୁଛି, ଏହାର ଜବାବ ନିଶ୍ଚୟ ମିଳିବ ବୋଲି ନେତାମାନେ କହିଥିଲେ। ପ୍ରଦେଶ କଂଗ୍ରେସ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ଧାରଣାରେ ବରିଷ୍ଠ ନେତା ରାଜକିଶୋର ଷଡ଼ଙ୍ଗୀ, ନିର୍ମଳଚନ୍ଦ୍ର ନାଏକ, ସତ୍ୟ ନାରାୟଣ ସାହୁ, ନେପାଳ ସାହୁ, ସୁବ୍ରତ ପୁରୋହିତ, ପ୍ରଦୀପ ସିଂ, ଲବଣୀ ବାଗ, ପର୍ଶୁରାମ ସରାଫ, ମୁନୁ ସରାଫ, ଦେବାଶିଷ ଦାସ, ବିଶ୍ଵଜିତ ପଟ୍ଟନାୟକ, ପୁରୁଷୋତ୍ତମ ପଶାୟତ, ବିକାଶ ରାଓ, ସତ୍ୟନାରାୟଣ ପଟ୍ଟନାୟକ, ଦିନେଶ ମାଝୀ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe