ପାନୀୟ ଜଳ ସମସ୍ୟା ସମାଧାନ ଦାବି: ଜନସ୍ବାସ୍ଥ୍ୟ ବିଭାଗ ଅଫିସ ଘେରିଲା କଂଗ୍ରେସ

ପାନୀୟ ଜଳ ସମସ୍ୟା ସମାଧାନ ଦାବି: ଜନସ୍ବାସ୍ଥ୍ୟ ବିଭାଗ ଅଫିସ ଘେରିଲା କଂଗ୍ରେସ

ବଲାଙ୍ଗୀର: ବଲାଙ୍ଗୀର ସହରର ଉତ୍କଟ ପାନୀୟ ଜଳ ସମସ୍ୟା ସମାଧାନ ଦାବି କରି ବୁଧବାର ପୁରୁଖା କଂଗ୍ରେସ ନେତୃବୃନ୍ଦଙ୍କ ସାମ୍ମୁଖ୍ୟ ପକ୍ଷରୁ ଜନସ୍ବାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ବିଭାଗୀୟ କାର୍ଯ୍ୟାଳୟରେ ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ୍ତ ମହାପାତ୍ର ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ କରୁଥିବା ସମୟରେ କଂଗ୍ରେସ ନେତୃବୃନ୍ଦ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ବୈଠକକୁ ସାମୟିକ ଭାବେ ସ୍ଥଗିତ ରଖି କଂଗ୍ରେସ ନେତୃବୃନ୍ଦଙ୍କ ସହିତ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଶ୍ରୀ ମହାପାତ୍ର, ନିର୍ବାହୀଯନ୍ତ୍ରୀ ପାର୍ବତୀ ମୋହନ ପରିଡ଼ା ଏବଂ ଅନ୍ୟ ସମସ୍ତ ବିଭାଗିୟ ଅଧିକାରୀ ଆଲୋଚନା କରିଥିଲେ। ସମସ୍ୟାର ଆଶୁ ସମାଧାନ ପାଇଁ ଗ୍ରହଣ କରାଯାଉଥିବା ସମସ୍ତ ପଦକ୍ଷେପ ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ।

ଆଗାମୀ ୭ ଦିନ ମଧ୍ୟରେ ଜଳ ଯୋଗାଣ ବ୍ୟବସ୍ଥାକୁ ପୂର୍ବବତ ବ୍ୟବସ୍ଥିତ କରାଯିବ ବୋଲି ଅଧିକାରୀଗଣ ପ୍ରତିଶ୍ରୁତି ଦେଇଥିଲେ। କଂଗ୍ରେସ ନେତୃବୃନ୍ଦଙ୍କ ସାମ୍ମୁଖ୍ୟ ପକ୍ଷରୁ ପୂର୍ବ ପିସିସି ସଭ୍ୟ ଅସୀମ ପଟ୍ଟନାୟକ, ପୂର୍ବ ନଗର ସଭାପତି ସୁଦାମ ସାହୁ, ଅଶୋକ ତ୍ରିପାଠୀ, ପୂର୍ବ କାଉନସିଲର ଭଂଜକିଶୋର ନାଗ, ନିଥନିଏଲ ଛତ୍ରିଆ, ପ୍ରବୀଣ ପାଣ୍ଡେ, ରଙ୍କଧର ମଲ୍ଲିକ, ବରିଷ୍ଠ କଂଗ୍ରେସ ନେତା ଭୁବନେଶ୍ବର ସେଠ୍, ସୁଶୀଲ ବେହେରା, ଗୌର ଚନ୍ଦ୍ର ପୁରୋହିତ, ହାଡୁ ଜେନା, ଡା. ପ୍ରଭାତ ଗୁରୁ, ସମିର ସାହାଣୀ, ରାମଧାରୀ ବାରିକ, ବାଳମକୁନ୍ଦ ମାଝୀ, ନିଶାରକାନ୍ତ ନାଗ, ମଧୁସୂଦନ ମୁଣ୍ତ, ଗ୍ଲାଡ଼ଷ୍ଟୋନ ତାଣ୍ତି, ସଂଜୟ ଦୋରା, ଜିଲ୍ଲା ସଂଖ୍ୟାଲଘୁ ସଂପ୍ରଦାୟ ଅଧ୍ୟକ୍ଷ ପ୍ରମୋଦ ବାରିକ, ବିଜୟ ତାଣ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe