ଖଡ଼ିଆଳ ଥାନା ଆଗରେ କଂଗ୍ରେସର ବିକ୍ଷୋଭ

Advertisment
ଖଡ଼ିଆଳ ଥାନା ଆଗରେ କଂଗ୍ରେସର ବିକ୍ଷୋଭ

ଖଡ଼ିଆଳ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦକୁ ନେଇ ସୋମବାର ନୂଆପଡ଼ା‌ ଜିଲ୍ଲା ଖଡ଼ିଆଳରେ କଂଗ୍ରେସ ପକ୍ଷରୁ ଖଡ଼ିଆଳ ଥାନାରେ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଖଡ଼ିଆଳ ଏନ୍‌ଏସି ଅଧ୍ୟକ୍ଷ ଉଜ୍ଜ୍ବଳ ଗୁପ୍ତାଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ଏକ ଶୋଭାଯାତ୍ରାରେ ଯାଇ ଖଡ଼ିଆଳ ଥାନାରେ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତ୍ତାଳିକା ଦାହ କରିଥିଲେ। ଏଥିରେ ଖଡ଼ିଆଳ ନଗରପାଳ ଉଜ୍ଜ୍ବଳ ଗୁପ୍ତା, କପିଳେନ୍ଦ୍ର ଭୋଇ, ହୀରାଧର ମେହେର, ସନ୍ତୋଷ ପଟ୍ଟନାୟକ, ଶ୍ୟାମ ସୁନ୍ଦର କୁଳଦୀପ, ସତପାଲ ସିଂ ଛାବଡ଼ା, ଦଶମୁ ବେହେରା, ଦେବରାଜ ଶବର, କୁନୁ ଚରଣ ବେହେରା, ତୁକାରାମ ହିଆଲ, ସରୋଜ ଶବର, ଗୁପ୍ରେ ବାରିକଙ୍କ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe