ନୂଆପଡ଼ାରେ କଂଗ୍ରେସର ବିକ୍ଷୋଭ

Advertisment
ନୂଆପଡ଼ାରେ କଂଗ୍ରେସର ବିକ୍ଷୋଭ

ନୂଆପଡ଼ା: ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ କଂଗ୍ରେସ କମିଟି ମୁଖ୍ୟାଳୟରେ ପଶି ବରିଷ୍ଠ କଂଗ୍ରେସ ନେତା ଓ କର୍ମୀମାନଙ୍କୁ ମାଡ଼ପିଟ୍‌ କରାଯିବାକୁ ବିରୋଧ କରି ନୂଆପଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ସଦର ମୁଖ୍ୟ ଡାକଘର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା ସଭାପତି ଘାସିରାମ ମାଝୀଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସର ଦମନ ନୀତିକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ବିରେଧ କରାଯିବା ସହ ୨ ଦଫା ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଡାକଘର ମୁଖ୍ୟ ଅଧିକାରୀଙ୍କୁ ପ୍ରଦାନ କରାଯାଥିଲା।

ଏଥିରେ ଜିଲ୍ଲା କଂଗ୍ରେସ ଓବିସି ସେଲ୍‌ ସଭାପତି ହୀରାଧର ମେହେର, ନୂଆପଡ଼ା ବିଧାନସଭା ଯୁବ କଂଗ୍ରେସ ସଭାପତି ଶାହାରୁଖ ଖାନ୍‌, ପିସିସି ସଭ୍ୟ ମୋତି ରାୱଲ, ନୂଆପଡ଼ା ବ୍ଲକ୍‌ କଂଗ୍ରେସ ସଭାପତି ଜଗଦୀଶ ସାହୁ, ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସଂପାଦକ ସୌରଭ ଚନ୍ଦ୍ରକାର, ବରିଷ୍ଠ ନେତା ଦେବଦତ୍ତ ଦୀକ୍ଷିତ, ଖରିଆର ରୋଡ୍‌ ଏନ୍‌ଏସି କଂଗ୍ରେସ ସଭାପତି ଜୁନେଦ ମହମ୍ମଦ, ଜିଲ୍ଲା ଛାତ୍ର ସଭାପତି ଅମିତାଭ ପଟେଲ, ଖରିଆର୍‌ ବିଧାନସଭା ଯୁବ ସଭାପତି ଚନ୍ଦ୍ରଶେଖର ତାଣ୍ଡି, କୋମନା ବ୍ଲକ୍‌ କଂଗ୍ରେସ କମିଟି ସଭାପତି କୈଳାସ ଚନ୍ଦ୍ର ବାଗ, ନୂଆପଡ଼ା ବ୍ଲକ୍‌ ଯୁବ ସଭାପତି ଜଗନ୍ନାଥ ନାୟକ, ଛାତ୍ରନେତା ସନ୍ନି ସାହୁ, ଜିଲ୍ଲା ଯୁବ କଂଗ୍ରେସ ସଂପାଦକ ଜୟଦେବ ମାଝୀ, କୋମନା ବ୍ଲକ୍‌ ଯୁବ ସଭାପତି ନରେନ୍ଦ୍ର ନାଗ, ଅଶୋକ ଦଣ୍ଡସେନା, ଦେଓଲାଲ ବାଗ, ହରି ମାଝୀ, ବିଶ୍ବମ୍ଭର ଜଗତ, ଦେବରାଜ ଶବର, ବିରାଟ ତାଣ୍ଡି, ଆୟୁଷ ଗୁପ୍ତା, ଜିତୁ ସାହୁ, ନବୀନ ସାହୁ, ବରୁଣ ସୁନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe