ଏସମାକୁ ଖାତିର ନ କରି ଆଗ୍ନିକଙ୍କ ଆନ୍ଦୋଳନ ଜାରି

Advertisment
ଏସମାକୁ ଖାତିର ନ କରି ଆଗ୍ନିକଙ୍କ ଆନ୍ଦୋଳନ ଜାରି

ଜୟପୁର: ଦୁଇ ଦଫା ଦାବିନେଇ ଓଡ଼ିଶା ଅଗ୍ନିସେବା ଓ ଜରୁରୀକାଳୀନ ସେବାସଂସ୍ଥା ଜୟପୁରର କର୍ମଚାରୀମାନେ କଳାବ୍ୟାଚ ପିନ୍ଧି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ରାଜ୍ୟ ସରକାର ଏସମା ଲାଗୁ କରିଥିଲେ ହେଁ ଏହାକୁ କେହି ଖାତିର କରି ନାହାନ୍ତି। ଜୟପୁର ଦମକଳ କେନ୍ଦ୍ର ସମ୍ମୁଖରେ ଅଗ୍ନିକ, ମୁଖ୍ୟଅଗ୍ନିକ, ଡ୍ରାଇଭର, ହାବିଲଦାର ସବୁ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ପୁର୍ବରୁ ପୁଲିସ ବିଭାଗ କର୍ମଚାରୀ ଯେଉଁ ଦରମା ପାଉଥିଲେ ଠିକ୍ ସେହିପରି ଅଗ୍ନିଶମ ବିଭାଗ କର୍ମଚାରୀ ଦରମା ପାଉଥିଲେ। ଗତ ୨୦୧୦ମସିହାରୁ ଏହାର ତାରତମ୍ୟ ଦେଖାଦେଲା।

ବାରମ୍ବାର ଏହି ତାରତମ୍ୟକୁ ହଟାଇ ସମସ୍ୟାର ସମାଧାନ କରିବାକୁ ଦାବି କରାଯାଇଥିଲେ ହେଁ ସରକାର ସମାଧାନ କରିନାହାନ୍ତି। ଅଗ୍ନିଶମ କର୍ମଚାରୀମାନେ ଅଗ୍ନି ନିୟନ୍ତ୍ରଣ କରିବା ସହ ପ୍ରକୃତିକ ବିପର୍ଯ୍ୟୟ , ଛୋଟ ବଡ ଟ୍ରକ, ବସ, ଟ୍ରେନ ଆଦି ଦୁର୍ଘଟଣା ସମୟରେ ନିଜ ଜୀବନକୁ ବାଜିରେ ଲଗାଇ ଧନଜୀବନର ସୁରକ୍ଷା ଦେଉଥିବା ଅଗ୍ନିଶମ କର୍ମଚାରୀ ମାନେ ବାଧ୍ୟ ହୋଇ ଆନ୍ଦୋଳନ କରୁଛନ୍ତି ବୋଲି କହିଛନ୍ତି। ପୂର୍ବରୁ ୨୦୧୮ମସିହାରେ ଏଭଳି ଅଗ୍ନିଶମ ବିଭାଗ କର୍ମଚାରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ବି କରିଥିଲେ। ଦାବି ପୁରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ। ଏହାରି ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ କିଛି ହେଲେ ସେଥିରେ ଅଗ୍ନିଶମ ବିଭାଗ ଯୋଗ ଦେବ ନାହିଁ। ଏଥି ପାଇଁ ସରକାର ହିଁ ଦାୟି ରହିବେ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି। ରାଜ୍ୟ ସରକାର ଏସମା ଲାଗୁ କରିଥିଲେ ହେଁ ଏମାନେ ଏହାକୁ ଖାତିର ନ କରି ଆନ୍ଦୋଳନ କରୁଛନ୍ତି। ଗୁପ୍ତେଶ୍ବର ଶିବରାତ୍ର ଓ ଜାଗର ପାଇଁ ପ୍ରଶାସନ ପକ୍ଷରୁ ଆଜି ରଖାଯାଇଥିବା ମକ୍ ଡ୍ରିଲରେ ଅଗ୍ନିଶମ ବିଭାଗ ଭାଗ ନେଇ ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe