୨୭ରେ ରାଜଧାନୀରେ ବିଶାଳ ପାଇକ ଆଖଡ଼ା ଜନଗର୍ଜନ ସମାବେଶ

Advertisment
୨୭ରେ ରାଜଧାନୀରେ ବିଶାଳ ପାଇକ ଆଖଡ଼ା ଜନଗର୍ଜନ ସମାବେଶ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାରୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ‘ପାଇକ ବିଦ୍ରୋହ’ ଆରମ୍ଭ ହୋଇଥିଲା। ପାଇକ ବିଦ୍ରୋହ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଦିଲ୍ଲୀର ବିଜ୍ଞାନ ଭବନରେ ମତବ୍ୟକ୍ତ କରିଥିଲେ। ସେହି ଅନୁସାରେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖୋର୍ଦ୍ଧାର ବରୁଣେଇ ପାହାଡ଼ ପାଦଦେଶରେ ପାଇକ ସ୍ମୃତି ସ୍ମାରକୀ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି। ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ ଓ ଶିଖ୍‌ ରେଜିମେଣ୍ଟ, ଗୁର୍ଖା ରେଜିମେଣ୍ଟ, ଆସାମ ରେଜିମେଣ୍ଟ ପରି ‘ଓଡ଼ିଶା ପାଇକ ରେଜିମେଣ୍ଟ’ ଗଠନ ଦାବିରେ ଓଡ଼ିଶା ବୀର ମହାସଂଘ ପକ୍ଷରୁ ଆସନ୍ତା ୨୭ ତାରିଖରେ ଖୋର୍ଦ୍ଧାର ପାଇକମାନଙ୍କର ଆରାଧ୍ୟ ଦେବୀ ବରୁଣେଇ ପୀଠରୁ ଏକ ବିରାଟ ପାଇକ ଆଖଡ଼ା ଜନଗର୍ଜନ ଶୋଭାଯାତ୍ରା ବାହାରିବ।

ଏହା ପୂର୍ବାହ୍ନ ୧୦ଟାରେ ଭୁବନେଶ୍ବରର ମାଷ୍ଟରକ୍ୟାଣ୍ଟିନ ଛକରେ ପହଞ୍ଚିବ। ଏହି ସମାବେଶରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ହଜାର ହଜାର ପାଇକ ଆଖଡ଼ା ଦଳ, ବୁଦ୍ଧିଜୀବୀ, ଐତିହାସିକ ଓ ସ୍ବାଭିମାନୀ ଓଡ଼ିଶାବାସୀ ଯୋଗଦାନ କରିବେ। ଏହି ଜନଗର୍ଜନ ସମାବେଶ ପୂର୍ବାହ୍ନ ୧୦ ଟା ମାଷ୍ଟରକ୍ୟାଣ୍ଟିନ ଛକରୁ ବାହାରି ରାମ ମନ୍ଦିର ଛକ ଦେଇ ପ୍ରଦର୍ଶନୀ ପଡ଼ିଆରେ ପହଞ୍ଚିବ। ସେଠାରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହେବ ବୋଲି ରବିବାର ହୋଟେଲ କେଶରୀଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ବୀର ମହାସଂଘର ସଭାପତି ଡ. ପ୍ରକାଶ ଶ୍ରୀଚନ୍ଦନ, ସାଧାରଣ ସମ୍ପାଦକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମ ସଂଯୋଜକ ନରେନ୍ଦ୍ର ପୃଷ୍ଟି ଓ ଡ. ଅଶୋକ ସୁନ୍ଦରାୟ ଉପସ୍ଥିତ ଥିଲେ। ସମାବେଶରେ ଓଡ଼ିଶାର ସ୍ୱାଭିମାନ ଓ ବୀରତ୍ବପୂର୍ଣ୍ଣ ଅସ୍ମିତାର ସୁରକ୍ଷା ପାଇଁ ଓଡ଼ିଶାବାସୀ ବହୁ ସଂଖ୍ୟାରେ ଯୋଗଦାନ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି। ଏହା ସହିତ ଯେଉଁ ପାଇକ ଆଖଡ଼ା ଦଳ ଓ ସ୍ବାଭିମାନୀ ଓଡ଼ିଶାର ଭାଇଭଉଣୀମାନେ ଯୋଗଦାନ କରିବେ, ସେ ସମ୍ପର୍କରେ ସବିଶେଷ ତଥ୍ୟ ଫୋନ୍ ନମ୍ବର ୬୩୭୧୫୦ ୧୧୨୬ ସହ ଯୋଗାଯୋଗ କଲେ ପାଇପାରିବେ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe