ଅବସରପ୍ରାପ୍ତ ଶିକ୍ଷକଙ୍କ ବିକ୍ଷୋଭ

ଅବସରପ୍ରାପ୍ତ ଶିକ୍ଷକଙ୍କ ବିକ୍ଷୋଭ

କେନ୍ଦୁଝର: ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ତଥା କେନ୍ଦୁଝର ଜିଲ୍ଲା ଶିକ୍ଷା ବିଭାଗର ନୋଡାଲ ଅଫିସର ଦୁର୍ଗାପ୍ରସ‌ାଦ ମହାପାତ୍ର କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିଛନ୍ତି। ସେ ଆଜି ଅପରାହ୍‌ଣରେ ଜିଲ୍ଲା ଆଦିବାସୀ ଶିକ୍ଷା ସାଧନ କେନ୍ଦ୍ରରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନେ ଶ୍ରୀ ମହାପାତ୍ରଙ୍କୁ ଏକ ଦାବିପତ୍ର ଦେବାକୁ ସେଠାକୁ ଯାଇଥିଲେ। ପୁଲିସ ସେମାନଙ୍କୁ ଅଟକାଇବା ସହ ସାକ୍ଷାତ କରିବାକୁ ଦେଇନଥିଲା। ଫଳରେ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନେ ଉ‌ତ୍ତ୍ୟକ୍ତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ।

ଶେଷରେ ଶ୍ରୀ ମହାପାତ୍ର ସେମାନଙ୍କୁ ସା‌କ୍ଷାତ କରିଥିଲେ। ଆସନ୍ତାକାଲି ସେମାନଙ୍କ ଅଭିଯୋଗ ଶୁଣିବେ ବୋଲି ପ୍ରତିଶ୍ରୁତି ଦେବାରୁ ଧାରଣାରୁ ଉଠିଥିଲେ। କେନ୍ଦୁଝର ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ଚରମସୀମାରେ ପହଞ୍ଚିଲାଣି ବୋଲି ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନେ ଅଭିଯୋଗ କରିଥିଲେ। ବିନା ଲାଞ୍ଚରେ କାମ ହେଉନାହିଁ। ଜିଲ୍ଲାର ଶିକ୍ଷକ, ଅବସରପ୍ରାପ୍ତ ଶିକ୍ଷକ, କର୍ମଚାରୀଙ୍କ ବକେୟା ଦରମା ବର୍ଷବର୍ଷ ଧରି ମିଳୁନାହିଁ। ଅଧିକାରୀମାନେ ଶିକ୍ଷକମାନଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ଏ ଦିଗରେ ପଦକ୍ଷେପ ନେବାକୁ ନେବାକୁ ସେମାନେ ଦାବି ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe