ପୁରୀ ରଥଯାତ୍ରା: ନୀତିକାନ୍ତି ବିଳମ୍ବକୁ ନେଇ ସାଧୁସନ୍ଥଙ୍କ ପ୍ରତିବାଦ

ପୁରୀ ରଥଯାତ୍ରା: ନୀତିକାନ୍ତି ବିଳମ୍ବକୁ ନେଇ ସାଧୁସନ୍ଥଙ୍କ ପ୍ରତିବାଦ

ପୁରୀ: ଗତ ରଥଯାତ୍ରାଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଶ୍ରୀଜିଉମାନଙ୍କର ନୀତିକାନ୍ତିରେ ବିଳମ୍ବ ହେଉଛି। ତେଣୁ ବାହୁଡ଼ାଯାତ୍ରା ସମୟରେ ଠିକ୍‌ ସମୟରେ ନୀତିକାନ୍ତ ନହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ରହିଛି। ତେଣୁ ନୀତିକାନ୍ତିରେ ବିଳମ୍ବ ହେବାର ପ୍ରଚ୍ଛଦପଟରେ ସେବାୟତମାନଙ୍କର ହାତ ରହିଥିବା ନେଇ ସାଧୁସନ୍ଥମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ନୀତିକାନ୍ତି ବିଳମ୍ବକୁ ନେଇ ଆଜି ତିନି ରଥ ସମ୍ମୁଖରେ ସର୍ବଭାରତୀୟ ସାଧୁସନ୍ଥ ଓ ଜନସାଧାରଣ ପ୍ରତିବାଦ ଜଣାଇଛନ୍ତି।

ଏଠାରେ ସାଧୁସନ୍ଥମାନେ ଜଣାଇଛନ୍ତି ଯେ ଜଗତର ନାଥ ଜଗନ୍ନାଥଙ୍କ ଅପାର କରୁଣାରୁ ଏ ସଂସାର ଚାଲୁଛି। ତେବେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ସମୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୀତିକାନ୍ତିରେ ବିଳମ୍ବ ଭକ୍ତମାନଙ୍କୁ ବ୍ୟଥିତ କରିଛି। ମହାପ୍ରଭୁଙ୍କ ସେବାୟତମାନେ ନୀତିକାନ୍ତିରେ ବିଳମ୍ବ କରି ଭକ୍ତମାନଙ୍କୁ ଆଉ କଷ୍ଟ ଦିଅନ୍ତୁନାହିଁ ବୋଲି ସାଧୁସନ୍ଥମାନେ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe