ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଗର୍ଜିଲା ଆଦିବାସୀ ସଂଘ

Advertisment
ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଗର୍ଜିଲା ଆଦିବାସୀ ସଂଘ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ଆଦିବାସୀଙ୍କ ୧୨ ଦଫା ଦାବି ପୂରଣ ନେଇ ଜିଲ୍ଲାପାଳ ଅଫିସ୍‌ ଆଗରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘ ଉପଦେଷ୍ଟା ଭାନୁ ପ୍ରତାପ ସିଂ ମାଝୀଙ୍କ ନେତୃତ୍ବରେ ନୂଆପଡ଼ା ପୁଲିସ୍‌ ପଡ଼ିଆରୁ ଶତାଧିକ ଆଦିବାସୀ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ। ଜିଲ୍ଲାପାଳ ଅଫିସ୍‌ ଆଗରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ। ନୂଆପଡ଼ା ଜିଲ୍ଲା ପ୍ରଶାସନ ୨୩ଟି ଆଦିବାସୀ ବହୁଳ ଗ୍ରାମକୁ ରାଜସ୍ବ ଗ୍ରାମ ଘୋଷଣ କରିବାରେ ବିଲମ୍ବ କରୁଛନ୍ତି।

ଏନେଇ ବାରମ୍ବାର ଦାବି କରାଯାଇ ଆସୁଥିଲେ ମଧ୍ୟ ପ୍ରଶାସନ ଶୁଣୁ ନଥିବାରୁ ଆଦିବାସୀଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧୁଛି। ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ବେଷୀ ବିଦ୍ୟାଳୟ ଆରମ୍ଭ ହୋଇଛି। ହେଲେ ବିଦ୍ୟାଳୟ କର୍ତ୍ତୃପକ୍ଷ ମନମୁଖି କାର୍ଯ୍ୟ କରୁଥିବା ବେଳେ ଅଭିଯୋଗ ସତ୍ତ୍ବେ ମଧ୍ୟ କିଛି ପଦକ୍ଷେପ ନିଆଯାଉ ନାହିଁ। ଏନେଇ ପଦକ୍ଷେପ ନିଆଯିବା ସହ ଅନ୍ୟାନ୍ୟ ଦାବି ସମ୍ବଳିତ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଅଗସ୍ଥି ପ୍ରଧାନଙ୍କୁ ପ୍ରଦାନ କରାଯାଇଛି। ଏହି ବିକ୍ଷୋଭ ସମାବେଶରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସାଧାରଣ ସଂପାଦକ ବାଳକୃଷ୍ଣ ଶବର, ଉପଦେଷ୍ଟା ବିହାରୀ ବିଶ୍ବାଲ, ହୋମ ସିଂ ମାଝୀ, ଅମ୍ବିକା ମାଝୀ, ନୂଆପଡ଼ା ବ୍ଲକ  ସଭାପତି ଭକ୍ତବନ୍ଧୁ ଧରୁଆ, ସିନାପାଲି ସଭାପତି ଦୁର୍ବଳ ମାଝୀ, କୋମନା ବ୍ଲକ ସଭାପତି ଜ୍ଞାନେଶ୍ବର ମାଝୀ, ଖଡ଼ିଆଳ ବ୍ଲକ ସଭାପତି  ସୁବୁଦ୍ଧି ଶବର, ନାରାୟଣ  ବରିହା, ଲୋକନାଥ ମାଝୀ, ତୀରଥ ମାଝୀ, ମୋଟା ସିଂ ମାଝୀ, ଗୋବର୍ଦ୍ଧନ ମାଝୀ, କପୁର୍ଚନ ମାଝୀ, ଟଙ୍କଧର ମାଝୀ, ମାନସିଂ ମାଝୀ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe