ପଶୁ ଡାକ୍ତରଙ୍କ ଆନ୍ଦୋଳନ ଜାରି; ପ୍ରାଣୀଧନ ନୀରିକ୍ଷକ କରୁଛନ୍ତି ଚିକିତ୍ସା

Advertisment
ପଶୁ ଡାକ୍ତରଙ୍କ ଆନ୍ଦୋଳନ ଜାରି; ପ୍ରାଣୀଧନ ନୀରିକ୍ଷକ କରୁଛନ୍ତି ଚିକିତ୍ସା

ଚନ୍ଦ୍ରପୁର: ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର ବ୍ଲକ ଏକ ଦୁର୍ଗମ ପାହାଡ଼ ଓ ଜଙ୍ଗଲରେ ପରିପୂର୍ଣ୍ଣ ଅଞ୍ଚଳ। ଏଠିକାର ଚାଷୀମାନେ ବିଭିନ୍ନ ଚାଷ କରିବା ସହିତ ପଶୁପାଳନ ଉପରେ ନିର୍ଭର କରନ୍ତି। ଗତ ୧୮ ତାରିଖରୁ ପଶୁ ଡକ୍ଟରମାନେ ସେମାନଙ୍କ ବିଭିନ୍ନ ସମସ୍ୟା ନେଇ ସମୂହ ଛୁଟିରେ ଅଛନ୍ତି। ରାଜ୍ୟ ସରକାର ଏବଂ ଜିଲ୍ଲା ମୂଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଆଦେଶକ୍ରମେ ପ୍ରାଣୀଧନ ନିରୀକ୍ଷକମାନେ ଡକ୍ଟରଖାନା ଦାୟିତ୍ଵରେ ରହି କାର୍ଯ୍ୟ କରୁଛନ୍ତି। ଚନ୍ଦ୍ରପୁର ବ୍ଲକରେ କାର୍ଯ୍ୟରତ ଥିବା ପ୍ରାଣୀଧନ ନିରୀକ୍ଷକମାନେ ବ୍ଲକର ପ୍ରତ୍ୟେକ ପଞ୍ଚାୟତକୁ ଯାଇ ଚାଷ ମାନଙ୍କୁ ସୁବିଧା ସୁଯୋଗ ଯୋଗେଇ ଆସୁଛନ୍ତି। ଗୃହପାଳିତ ପଶୁ ଗାଈ ଗୋରୁ ଓ ଛେଳିମାନଙ୍କୁ ଟୀକା କରଣ, ବନ୍ଧ୍ୟାକରଣ, ପ୍ରାଥମିକ ଚିକିତ୍ସା ଓ ଗୋ ପ୍ରଜନନ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହେଉଛନ୍ତି।

ଏହି ସେବାକୁ ସ୍ଥାନୀୟ ଲୋକେ ପ୍ରଶଂସା କରିବା ସହ ପଶୁଡକ୍ଟରଙ୍କ ଅଭାବ ଅନୁଭବ ହେଉ ନ ଥିବା କହିଛନ୍ତି। ଲୋକମାନଙ୍କ କହିବା ଅନୁଯାୟୀ ପଶୁ ଡକ୍ଟରମାନେ କେବଳ ଅଫିସରେ ବସି କାଗଜ ପତ୍ର କାମ କରନ୍ତି। କିନ୍ତୁ ପ୍ରାଣୀଧନ ନିରୀକ୍ଷକମାନେ ଖରା, ବର୍ଷା, ଶୀତରେ ମଧ୍ୟ ଲୋକମାନଙ୍କୁ ସେବା ଯୋଗେଇ ଆସୁଛନ୍ତି। ନିୟମିତ ଡକ୍ଟର ସେବା ଅପେକ୍ଷା ବର୍ତ୍ତମାନର ପ୍ରାଣୀଧନ ନିରୀକ୍ଷକଙ୍କ ସେବାରେ ଚାଷୀ କୁଳ ସନ୍ତୋଷ ବ୍ୟକ୍ତ କରିବା ସହିତ ଏହି ଭଳି ସେବା ଦୀର୍ଘ୍ ଦିନ ଧରି ଚାଲୁ ରହିଲେ ମଧ୍ୟ କୌଣସି ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି କହି ଛନ୍ତି। ପଶୁ ଡକ୍ଟରଙ୍କ ଆନ୍ଦୋଳନ ଦୀର୍ଘ ଦିନ ଧରି ଚାଲୁ ରହିଲେ ମଧ୍ୟ ଅଞ୍ଚଳ ଚାଷୀମାନଙ୍କୁ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଚାଷୀମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe