ହାତୀ ମୃତ୍ୟୁ ମାମଲା: ୩ ଜଣଙ୍କୁ ବନ ବିଭାଗ ଉଠାଇନେଲା, ତେଜିଲା ଆନ୍ଦୋଳନ

ହାତୀ ମୃତ୍ୟୁ ମାମଲା: ୩ ଜଣଙ୍କୁ ବନ ବିଭାଗ ଉଠାଇନେଲା, ତେଜିଲା ଆନ୍ଦୋଳନ

ବୌଦ୍ଧ: ବୌଦ୍ଧ ରେଞ୍ଜ ବଘିଆପଡା ସେକ୍ସନରେ ୩ ଦିନରେ ୨ ଦନ୍ତା ହାତୀଙ୍କୁ ଶିକାର କରାଯାଇଛି। ଏହି ମାମଲାରେ ବନ ବିଭାଗ ଟିକରପଡ଼ା ପଞ୍ଚାୟତର ବିରିଗଡ଼ ଗାଁର ୩ ଜଣଙ୍କୁ ରାତି ଅଧିଆ ଆଣି ବୌଦ୍ଧ ରେଞ୍ଜ ଅଫିସରେ ଅଟକ ରଖି ତଦନ୍ତ କରୁଛି। ଶିକାରୀଙ୍କ ନଧରି ବିଭାଗ ନିରୀହ ଲୋକଙ୍କୁ ଉଠାଇ ଆଣିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ଶତାଧିକ ମହିଳା ପୁରୁଷ ବଘିଆପଡ଼ା ସେକ୍ସନ ଅଫିସ ଘେରିବା ସହ ଭଙ୍ଗାରୁଜା କରିଛନ୍ତି । ପରେ ସେମାନେ ବୌଦ୍ଧ ଆସି ରେଞ୍ଜ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ନିରୀହ ଗ୍ରାମବାସୀଙ୍କୁ ନିସର୍ତ୍ତ ଖଲାସ କରିବା ଦାବିରେ ଧାରଣାରେ ବସିଛନ୍ତି। ପରିସ୍ଥିତିକୁ ଦେଖି ଘଟଣାସ୍ଥଳରେ ବ୍ୟାପକ ପୁଲିସ ବଲ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ, ଦାୟିତ୍ବରେ ଅବହେଳା କରିଥିବା ଅଭିଯୋଗରେ ୩ ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ବୌଦ୍ଧ ଡିଏଫ୍‌ଓ ଦେବପ୍ରିୟ କମ୍ପ ସୂଚନା ଦେଇଛନ୍ତି। ସେମାନେ ହେଲେ ହାତୀ ସୁରକ୍ଷା ଦାୟିତ୍ବରେ ଥିବା ଫ‌ରେ‌ଷ୍ଟର ସୁଶୀଲ ହୋତା, ସଂପୃକ୍ତ ଅଞ୍ଚଳର ଫରେଷ୍ଟଗାର୍ଡ ଜ୍ୟୋତି ରଞ୍ଜନ ବାରିକ ଓ ଶରତ ଚନ୍ଦ୍ର ନାଏକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe