ନାଳରୁ ଯୁୁବକଙ୍କ ମୃତଦେହ ଉଦ୍ଧାର ଘଟଣା; ଅଭିଯୁକ୍ତକୁ ଗିରଫ ଦାବିରେ ବିକ୍ଷୋଭ

Advertisment
ନାଳରୁ ଯୁୁବକଙ୍କ ମୃତଦେହ ଉଦ୍ଧାର ଘଟଣା; ଅଭିଯୁକ୍ତକୁ ଗିରଫ ଦାବିରେ ବିକ୍ଷୋଭ

ଦଶରଥପୁର: ସଂଗ୍ରାମ ସମିତି ନ୍ୟାୟ ଚାହେଁ। ହତ୍ୟାକାରୀକୁ ଗିରଫ କରିବା ଆମର ଦାବି। ହତ୍ୟାକାଣ୍ଡରେ ସମ୍ପୃକ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଖସାଇବାକୁ ପୁଲିସ୍ କେବଳ ତଦନ୍ତ ଆଳରେ ଦିନ ଗଡ଼ାଉଛି। ଅକ୍ଷୟ ମୃତ୍ୟୁ ଘଟଣାରେ ଏଭଳି ଅଭିଯୋଗ କରି ଆଜିଠାରୁ ଆନ୍ଦୋଳନ ଆରମ୍ଭ କରିଛି ସଂଗ୍ରାମ ସମିତି। ୨୦ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ କୟାଁଗୋଲା-କମାରଡିହି ରାସ୍ତା ଆଜି ଧାରଣାକାରୀଙ୍କ ଦାବିରେ କମ୍ପିଛି।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ମୁତାବକ କୟାଁ, କମାରଡିହି ଓ ଖାନନଗର ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଶତାଧିକ ଯୁବକ, ମହିଳା ଓ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ନେଇ ଅକ୍ଷୟ ମୃତ୍ୟୁ ରହସ୍ୟ ଉନ୍ମୋଚନ ସଂଗ୍ରାମ ସମିତି ଆଜି ସକାଳ ୮ଟାରେ ସମିତିର ବରିଷ୍ଠ କାର୍ଯ୍ୟକର୍ତ୍ତା ମଳୟ କୁମାର ପଣ୍ଡା, ଚୌବନ ବାରିକ, ପ୍ରିୟବ୍ରତ ବିଶ୍ୱାଳ, ପ୍ରଶେଷ ସୂତାରଙ୍କ ସମେତ ସମିତିର ସମର୍ଥକମାନେ ହତ୍ୟାକାଣ୍ଡ ସ୍ଥଳ କଉଡ଼ିଆ ନାଳ ନିକଟରୁ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ। କମାରଡିହି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ନିର୍ମିତ ଅସ୍ଥାୟୀ ଆନ୍ଦୋଳନ ସ୍ଥଳିରେ ପହଞ୍ଚିଥିଲା।

ପରେ ସମିତିର ବରିଷ୍ଠ କାର୍ଯ୍ୟକର୍ତ୍ତା ଚୌବନ ବାରିକଙ୍କ ସଭାପତିତ୍ୱରେ ପ୍ରତିବାଦ ସଭାରେ ୧୨ଜଣ ବରିଷ୍ଠ କାର୍ଯ୍ୟକର୍ତ୍ତା ପୁଲିସ୍‌ର ମତିଗତିକୁ ନେଇ ପ୍ରଶ୍ନ ଉଠାଇଥିଲେ। ଅଞ୍ଚଳବାସୀଙ୍କ ଧୈର୍ଯ୍ୟ ପରୀକ୍ଷା ଉଦ୍ୟମ ନକରୁ ବୋଲି ଚେତାଇ ଦେଇଥିଲେ। ଆଜିଠାରୁ ଏହି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ୭ଦିନ ପର୍ଯ୍ୟନ୍ତ ଜାରି ରହିବ। ଯଦି ୭ଦିନ ମଧ୍ୟରେ ପୁଲିସ୍ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ନକରେ ତେବେ ଆସନ୍ତା ରବିବାରଠାରୁ ସଂଗ୍ରାମ ସମିତି ପକ୍ଷରୁ ଜେଲ୍‌ ଭରୋ ଆନ୍ଦୋଳନ ଆରମ୍ଭ ହେବ ବୋଲି ଚେତାବନୀ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe