ଅଗ୍ନିବୀର ପରୀକ୍ଷା ସମୟ ବଦଳିଲା

ଅଗ୍ନିବୀର ପରୀକ୍ଷା ସମୟ ବଦଳିଲା

OdishaTV

ସମ୍ବଲପୁର: ଅଗ୍ନିବୀର ସାଧାରଣ ପ୍ରବେଶିକା ପରୀକ୍ଷାର ସମୟସୂଚୀରେ ପରିବର୍ତ୍ତନ କରାଯାଇଛି। କର୍ଫ୍ୟୁ ଲାଗୁ ହୋଇଥିବାରୁ କେବଳ ସମ୍ବଲପୁରରେ ହେବାକୁ ଥିବା ପରୀକ୍ଷାର ସମୟସୂଚୀରେ ପରିବର୍ତ୍ତନ କରାଯାଇଥିବା ଆର୍ମି ପକ୍ଷରୁ କହାଯାଇଛି। ଏହି ପରୀକ୍ଷା ସମ୍ବଲପୁରରେ ଏପ୍ରିଲ୍ ୧୭ ଓ ଏପ୍ରିଲ୍୧୮ ତାରିଖ ଦିନ ହେବାର ଥିଲା।

ଏବେ ତାହାକୁ ଘୁଞ୍ଚାଇ ଏପ୍ରିଲ୍ ୧୯, ୨୦ ଓ ୨୧ ତାରିଖ ଦିନ କରାଯାଇଛି। ଅଧିକ ତଥ୍ୟ ଜାଣିବା ପାଇଁ ଏଆର୍‌ଓ ସମ୍ବଲପୁରଙ୍କ ସହ ଯୋଗାଯୋଗ କରିବାକୁ ୨ଟି ହେଲ୍ପ ଲାଇନ୍ ନମ୍ବର ମଧ୍ୟ ଆରମ୍ଭ କରାଯାଇଛି। ଅଧିକ ତଥ୍ୟ ଜାଣିବା ପାଇଁ ପ୍ରାର୍ଥୀମାନେ ୦୬୬୩-୨୯୫୦୩୫୯ ଏବଂ ୦୬୬୩-୨୫୨୦୮୪୫ ନମ୍ବରରେ ଯୋଗାଯୋଗ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe