ଗ୍ରିଡ୍‌କୋ-ଭାରତୀୟ ସୌରଶକ୍ତି ନିଗମ ମଧ୍ୟରେ ଚୁକ୍ତିନାମା

Advertisment
ଗ୍ରିଡ୍‌କୋ-ଭାରତୀୟ ସୌରଶକ୍ତି ନିଗମ ମଧ୍ୟରେ ଚୁକ୍ତିନାମା

ଭୁବନେଶ୍ବର : ସୁଲଭ ମୂଲ୍ୟରେ ପବନ ଶକ୍ତି କ୍ରୟ ଲାଗି ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ଧଳଙ୍କ ଉପସ୍ଥିତିରେ ଗ୍ରିଡ୍‌କୋ ଓ ଭାରତୀୟ ସୌରଶକ୍ତି ନିଗମ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଏହି ରାଜିନାମା ଅନୁଯାୟୀ ସୌର ଶକ୍ତି ନିଗମ ମାଧ୍ୟମରେ କର୍ଣ୍ଣାଟକ ଓ ଗୁଜରାଟରୁ ଆନ୍ତଃ ରାଜ୍ୟ ସଞ୍ଚାରଣ ବ୍ୟବସ୍ଥା ସଂଯୁକ୍ତ ପବନ ଶକ୍ତି ପ୍ରକଳ୍ପଗୁଡ଼ିକରୁ ୨୦୨୪-୨୫ ଆର୍ଥିକ ବର୍ଷଠାରୁ ଗ୍ରିଡ୍‌କୋ ୨୫ ବର୍ଷ ପାଇଁ ୪୦୦ ମେଗାୱାଟ୍‌ ପବନ ଶକ୍ତି କିଣିବ। ୟୁନିଟ୍ ପିଛା ୨ ଟଙ୍କା ୯୬ ପଇସା ଓ ୩ ଟଙ୍କା ୧ ପଇସା ଭଳି ସୁଲଭ ମୂଲ୍ୟରେ ବିଦ୍ୟୁତ କ୍ରୟ କରାଯିବ। ଏଥିପାଇଁ କୌଣସି ଆନ୍ତଃ ରାଜ୍ୟ ସଞ୍ଚାରଣ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଏହାଦ୍ବାରା ଗ୍ରିଡ୍‌କୋର ଚୁକ୍ତିବଦ୍ଧ ଅକ୍ଷୟ ଶକ୍ତି କ୍ରୟ କ୍ଷମତା ୫୨୦୩ ମେଗାୱାଟ୍‌କୁ ବୃଦ୍ଧି ପାଇଛି।

ଏଥିରେ ପବନ ଶକ୍ତି ୭୫୦ ମେଗାୱାଟ୍, ସୌରଶକ୍ତି ୧୯୪୧ ମେଗାୱାଟ୍‌, କ୍ଷୁଦ୍ର ଜଳ ବିଦ୍ୟୁ ଶକ୍ତି ୧୨୯ ମେଗାୱାଟ୍‌, ବୃହତ ଜଳ ବିଦ୍ୟୁତ ଶକ୍ତି ୨୩୬୩ ମେଗାୱାଟ୍ ଏବଂ ଜୈବ ଶକ୍ତି ଉତ୍ସରୁ ୨୦ ମେଗାୱାଟ୍ ବିଦ୍ୟୁତ ଅନ୍ତର୍ଭୁକ୍ତ ରହିଛି। ଏହି ଅବସରରେ ଶକ୍ତି ସେବା ସଂସ୍ଥାଗୁଡ଼ିକର ପରିଚାଳନା ନିର୍ଦେଶକ, ନିର୍ଦେଶକ ଓ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe