କୃଷି ଯନ୍ତ୍ରପାତି ଜାଲିଆତି: ତଦନ୍ତ ପାଇଁ ନିୟୋଜିତ ହୋଇଛି ତୃତୀୟ ପକ୍ଷ ସଂସ୍ଥା

Advertisment
ଛୋଟ କୃଷି ଉପକରଣ ପାଇଁ ରିହାତି ଘୋଷଣା

YouTube

ଭୁବନେଶ୍ବର : ରାଜ୍ୟରେ କୃଷି ଯନ୍ତ୍ରପାତି ଯୋଗାଣ ନାଁରେ ଜାଲିଆତିର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ତୃତୀୟ ପକ୍ଷ ତଦନ୍ତକାରୀ ସଂସ୍ଥାକୁ ନିୟୋଜିତ କରିଛନ୍ତି। ଏହି ସଂସ୍ଥା ତୁରନ୍ତ ନିଜର ରିପୋର୍ଟ ପ୍ରଦାନ କରିବା ଲାଗି ନିର୍ଦେଶନାମା ଜାରି କରାଯାଇଥିବା ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ସ୍ବାଇଁ କହିଛନ୍ତି ଯେ ରାଜ୍ୟ ସରକାର ଏହି ଜାଲିଆତି ସଂପର୍କରେ ସଂପୂର୍ଣ୍ଣ ଅବଗତ। ବେଙ୍ଗାଲୁରୁସ୍ଥିତ ଭାରୁଷପ୍ରିୟା ଆଗ୍ରୋ‌-ଟେକ୍ ଲିମିଟେଡ୍‌, କେରଳର ରେଡଲାଣ୍ଡ ଆସଲିନ୍ ମୋଟର୍ସ ଓ ଜଗତସିଂହପୁରର ଶୀତଳ ଆଗ୍ରୋ ଇନ୍‌ପୁଟସ୍‌ର କର୍ମକର୍ତାଙ୍କୁ ଅର୍ଥ ନୈତିକ ଅପରାଧ ଶାଖା ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ କ୍ଷେତ୍ର ଅନୁସନ୍ଧାନ ସାରି ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି। ଏହାବାଦ୍ ଅନ୍ୟ ଏକ ସଂସ୍ଥା ଅନ୍ନପୂର୍ଣ୍ଣା ଆଗ୍ରୋ ରିହାତିରେ ଯୋଗାଇଥିବା କୃଷି ଯନ୍ତ୍ରପାତିର ଯାଞ୍ଚ ପ୍ରକ୍ରିୟା ବିଭାଗୀୟ ଅଧିକାରୀ ଓ ତୃତୀୟ ପକ୍ଷ ସଂସ୍ଥା ଦ୍ବାରା ଚାଲିଥିବା ଶ୍ରୀ ସ୍ବାଇଁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe