କୃଷିମନ୍ତ୍ରୀଙ୍କ ସମୀକ୍ଷା: ମୋବାଇଲ୍‌ ସ୍ବିଚ୍‌ ଅଫ୍‌ କରିପାରିବେନି କୃଷି କାର୍ଯ୍ୟାଳୟ କର୍ମଚାରୀ

Advertisment
୬୩୮ ନୂତନ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି: ଉଚ୍ଚଶିକ୍ଷା ମନ୍ତ୍ରୀ

Odisha News Insight

ଭୁବନେଶ୍ବର : ମୋବାଇଲ୍‌ ସ୍ବିଚ୍‌ ଅଫ୍‌ କରିପାରିବେ ନାହିଁ କୃଷି କାର୍ଯ୍ୟାଳୟ ଅଧିକାରୀ, କର୍ମଚାରୀ। ଯେକୌଣସି ସ୍ଥିତିର ମୁକାବିଲା ପାଇଁ ସପ୍ତାହରେ ସାତ ଦିନ କାର୍ଯ୍ୟାଳୟ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୃଷି ମନ୍ତ୍ରୀ ଡ. ଅରୁଣ ସାହୁ। ଅନାବୃଷ୍ଟି ଯୋଗୁଁ ହେଉଥିବା ଫସଲ ନଷ୍ଟ ନେଇ ରବିବାର ଆୟୋଜିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଏହି ଅବସରରେ ପଞ୍ଚାୟତ, ବ୍ଲକ ସ୍ତରରେ ଜଳ ନିଧି, ସୌର ଜଳ ନିଧି ଉଠାଜଳସେଚନ, ଅନ୍ୟ ଉଠାଜଳସେଚନ, କ୍ଷେତ ପୋଖରୀ, କ୍ଷୁଦ୍ର, ମଧ୍ୟମ ଜଳସେଚନ ପ୍ରକଳ୍ପ, ଏଥିରୁ କେତୋଟି ସମ୍ପୂର୍ଣ୍ଣ, କାର୍ଯ୍ୟକ୍ଷମ, ଅଚଳ, ମରାମତି ଯୋଗ୍ୟ, ବିଜୁଳି ସଂଯୋଗ ବିଚ୍ଛିନ୍ନ, ସମ୍ପୂର୍ଣ୍ଣ ଅଚଳ ନେଇ ବିବରଣୀ ଦେବାକୁ କୁହାଯାଇଛି। ଏଥିସହିତ ଆବଶ୍ୟକ ପଡ଼ିଲେ ପରିବା, ମାଛ ଚାଷ ବି ଦେଖିବାକୁ କୃଷି କର୍ମଚାରୀଙ୍କୁ କୁହାଯାଇଛି। ଜଳଯୋଗାଣ ସମ୍ପର୍କିତ କୌଣସି ଅସୁବିଧା ଥିଲେ ଜଳସେଚନ କାର୍ଯ୍ୟାଳୟକୁ ଯୋଗାଯୋଗ କରିପାରିବେ ବୋଲି ବୈଠକରେ ପରାମର୍ଶ ଦିଆଯାଇଛି। ବୈଠକରେ କୃଷି ବିଭାଗ ସଚିବ, ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିଭାଗ ଶାସନ ସଚିବ, ମତ୍ସ୍ୟ-ପ୍ରାଣୀ ସମ୍ପଦ ନିର୍ଦେଶକମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe