ଓଡ଼ିଶା ବଜେଟ୍‌ ୨୦୨୩-୨୪: କୃଷି ବଜେଟ୍‌ ୨୧% ବଢ଼ିଲା; ୨୪,୮୨୯ କୋଟି ଟଙ୍କାର ବ୍ୟୟବରାଦ

Advertisment

କାଳିଆ ଯୋଜନାକୁ ୧୮୭୯, ମିଲେଟ୍‌ ମିସନ୍‌କୁ ୪୯୭ କୋଟି, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗକୁ ୧୭୬୯ କୋଟି

କାଳିଆ ଯୋଜନାକୁ ୧୮୭୯, ମିଲେଟ୍‌ ମିସନ୍‌କୁ ୪୯୭ କୋଟି, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗକୁ ୧୭୬୯ କୋଟି

୪ ବର୍ଷ ପରେ ବି ବିଫଳ ବଳରାମ ଯୋଜନା

The Better India

ଭୁବନେଶ୍ବର : ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କୃଷି ବଜେଟ୍‌ରେ ୨୪,୮୨୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଗତ ଆର୍ଥିକ ବର୍ଷ ଠାରୁ ଏହା ୨୧% ଅଧିକ। ଆଜି ବିଧାନସଭାରେ ଅର୍ଥ ମନ୍ତ୍ରୀ ପ୍ରଥମେ କୃଷି ବଜେଟ୍‌ ଉପସ୍ଥାପନ କରିଥିଲେ। ୨୦୧୬-୧୭ ଆର୍ଥିକ ବର୍ଷରୁ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ କୃଷି ବଜେଟ୍‌ ବିଧାନସଭାରେ ଉପସ୍ଥାପନ କରି ଆସୁଛନ୍ତି।

କୃଷି ବଜେଟ୍‌ରେ କାଳିଆ ଯୋଜନାରେ ଚାଷୀଙ୍କୁ ସିଧାସଳଖ ଅର୍ଥ ଦେବା ପାଇଁ ୧୮୭୯ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ପୁଷ୍ଟିକର ସମୃଦ୍ଧ ଫସଲର ପ୍ରୋତ୍ସାହନ ପାଇଁ ଓଡ଼ିଶା ମିଲେଟ୍‌ ମିସନ୍ ଅଧୀନରେ ୪୯୭ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। କୃଷି ଗବେଷଣା, ଶିକ୍ଷା ଓ ଭିତ୍ତିଭୂମି ପାଇଁ ଓୟୁଏଟିକୁ ୧୬୬ କୋଟି ଟଙ୍କାର ଅନୁଦାନ ମିଳିବ। ଉଦ୍ୟାନ କୃଷି ଫସଲର ପ୍ରୋତ୍ସାହନ ଓ ଅଭିବୃଦ୍ଧି ପାଇଁ ୩୮୧ କୋଟି ଏବଂ ଉଦ୍ୟାନ କୃଷିର ସମନ୍ବିତ ବିକାଶ ପାଇଁ ୧୨୧ କୋଟି ଟଙ୍କା ଖର୍ଚ୍ଚ ହେବ। ଅଧିକ ଅଞ୍ଚଳକୁ ନିଶ୍ଚିତ ଜଳସେଚନ ଅଧୀନରେ ଆଣିବା ପାଇଁ ‘ସୌରା ଜଳନିଧି’ ଅଧୀନରେ ୨୫୦ କୋଟି ଟଙ୍କା ଓ କ୍ଷୁଦ୍ର ଜଳସେଚନ ପାଇଁ ରାଜ୍ୟ ପ୍ରୋତ୍ସାହନ ବାବଦରେ ୪୫ କୋଟି ଟଙ୍କା ପ୍ରଦାନ କରାଯାଇଛି। କୃଷି ଋଣ ଉପରେ ସୁଧ ସବ୍‌ସିଡି ଓ ରିହାତି ବାବଦରେ ସରକାର ୮୩୬ କୋଟି ଟଙ୍କା ଖର୍ଚ୍ଚ କରିବେ। ସାର ଓ ବିହନ କିଣିବା ପାଇଁ ସୁଧମୁକ୍ତ ଋଣ ନିମନ୍ତେ ୨୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ୫ ବର୍ଷ ମଧ୍ୟରେ ରାଜ୍ୟର ୯ଟି ଜିଲ୍ଲାର ୫୦ଟି ବ୍ଲକ୍‌ରେ ଓଡ଼ିଶା ପଣସ ମିସନ୍ କାର୍ଯ୍ୟକାରୀ ହେବାକୁ ଯାଉଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ଯୋଜନା ଅଧୀନରେ ୯ କୋଟି ଟଙ୍କା ରଖାଯାଇଛି।

publive-image

କୃଷି ବଜେଟ୍‌ରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗକୁ ୧୭୬୯ କୋଟି ଟଙ୍କା ପ୍ରଦାନ କରାଯାଇଛି। ‘ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା’ ଅଧୀନରେ ୨୧୦ କୋଟି ଟଙ୍କାର ବ୍ୟୟବରାଦ ରହିଛି। ଏଥିରେ ସିଧାସଳଖ ୧୧୦୦୦ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ୧ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀଙ୍କ ସମେତ ୫୦ ହଜାର ମତ୍ସ୍ୟଜୀବୀ ଉପକୃତ ହେବେ। ସରକାରୀ ମତ୍ସ୍ୟ ଫାର୍ମର ନବୀକରଣ ଓ ଉନ୍ନତୀକରଣ ପାଇଁ ୨୨୦ କୋଟି ଟଙ୍କା ଖର୍ଚ୍ଚ ହେବ। ମତ୍ସ୍ୟ ଚାଷର ସମନ୍ବିତ ବିକାଶ ଓ ପରିଚାଳନା ପାଇଁ ‘ନୀଳ ବିପ୍ଳବ’ ଯୋଜନା ଅଧୀନରେ ୧୮୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। କୁକୁଡ଼ା ବିକାଶ ଯୋଜନାରେ ୧୫୭ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରାଣୀ ଚିକିତ୍ସାଳୟଗୁଡ଼ିକର ଆଧୁନିକୀକରଣ ତଥା ଭିତ୍ତିଭୂମି ଦୃଢ଼ କରିବା ପାଇଁ ୧୯୪ କୋଟି ଟଙ୍କା ପ୍ରଦାନ କରାଯାଇଛି। ପ୍ରାଣୀ ସମ୍ପଦ ସ୍ବାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ୨୬୭ କୋଟି ଟଙ୍କା ପ୍ରଦାନ କରାଯାଇଛି।

ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ପ୍ରସିଦ୍ଧ ଉକ୍ତିକୁ ପଢ଼ି ଅର୍ଥ ମନ୍ତ୍ରୀ କୃଷି ବଜେଟ୍ ଉପସ୍ଥାପନ ଶେଷ କରିଥିଲେ। ଉକ୍ତିଟି ଥିଲା, ‘କୃଷି ସିନା ସଂସାରରେ ସଭ୍ୟତାର ମୂଳ, କୃଷି ଏକା ସକଳ ଜୀବିକାର ଚୁଳ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe