ଗତ ତିନିବର୍ଷ ମଧ୍ୟରେ କୃଷି କ୍ୟାବିନେଟ୍‌ର ବୈଠକ ପାଞ୍ଚଥର ଅନୁଷ୍ଠିତ ହୋଇଛି : କୃଷିମନ୍ତ୍ରୀ

ଭୁବନେଶ୍ୱର : ଗତ ତିନିବର୍ଷ ମଧ୍ୟରେ କୃଷି କ୍ୟାବିନେଟ୍‌ର ବୈଠକ ପାଞ୍ଚଥର ଅନୁଷ୍ଠିତ ହୋଇଛି ବୋଲି କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ ସାହୁ ପ୍ରକାଶ କରିଛନ୍ତି।

ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟଙ୍କର ଏକ ଲିଖିତ ଉତ୍ତରରେ କୃଷିମନ୍ତ୍ରୀ କହିଛନ୍ତି ଯେ, ଗତ ୩ ବର୍ଷ ମଧ୍ୟରେ କଷି କ୍ୟାବିନେଟ୍‌ର ବୈଠକ ୨୦୧୬ ମାର୍ଚ୍ଚ ୩, ମେ ୫ ଓ ନଭେମ୍ବର ୭ ତାରିଖରେ ଏବଂ ୨୦୧୭ ଅଗଷ୍ଟ ୫ ଓ ନଭେମ୍ବର ୬ ତାରିଖରେ ଅନୁଷ୍ଠିତ ହୋଇଥିଲା।

କୃଷକଙ୍କ ବହୁବିଧା କଲ୍ୟାଣ, ପୁଞ୍ଜିନିବେଶ ଓ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟରେ ରାଜ୍ୟ ସରକାର ୨୦୧୬ ଫେବୃୟାରୀ ୨୬ ତାରିଖରେ କୃଷି କ୍ୟାବିନେଟ ଗଠନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏବଂ ଅର୍ଥ, କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ, ସମବାୟ, ଜଳ ସଂପଦ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଶକ୍ତି, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ଅନୁସୂଚିତ ଜନଜାତି ଓ ଜାତି ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ଅନ୍ୟାନ୍ୟ ପଛୁଆ ବର୍ଗ ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀମାନଙ୍କ ଉପସ୍ଥିତିରେ କୃଷି ଓ ଆନୁସଂଗିକ କ୍ଷେତ୍ରରେ ବିଭିନ୍ନ ବିଷୟ ଉପରେ ବିହିତ ପଦକ୍ଷେପ ନିଆଯାଇଥାଏ ବୋଲି କୃଷିମନ୍ତ୍ରୀ କହିଥିଲେ।

କୃଷି କ୍ୟାବିନେଟ୍‌ର ନିଷ୍ପତ୍ତି ଅନୁଯାୟୀ ମହାତ୍ମା ଗାନ୍ଧୀ ଜାତୀୟ କର୍ମନିଯୁକ୍ତି ଗ୍ୟାରେଣ୍ଟି କାର୍ଯ୍ୟକ୍ରମ ମାଧ୍ୟମରେ ଜଳସେଚନ ପାଇଁ ସେଚକୂପ ଖନନ, ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରାମ୍ୟ କୃଷି କର୍ମଚାରୀ/କୃଷି ଅଧିଦର୍ଶକ ସପ୍ତାହରେ ଗୋଟିଏ ନିର୍ଦ୍ଦିଷ୍ଟ ଦିନରେ କୃଷକ ସମ୍ପର୍କ ମାଧ୍ୟମରେ ଚାଷୀଙ୍କ ସମସ୍ୟା ସମାଧାନ ନିମନ୍ତେ ପରାମର୍ଶ ଦେବା, ବ୍ଲକ୍‌ସ୍ତରରେ କୃଷି ଓ ଆନୁସଙ୍ଗିକ ବିଭାଗର ଅଧିକାରୀଙ୍କ ମିଳିତ ବୈଠକ ପ୍ରତ୍ୟେକ ମାସରେ ଥରେ, ଖରିଫ ଋତୁରେ ମାସକୁ ଦୁଇଥର ଏବଂ ରାଜ୍ୟସ୍ତରରେ ପ୍ରତି ତିନି ମାସ ବ୍ୟବଧାନରେ କୃଷି ସମ୍ପ୍ରସାରଣ ଓ ଗବେଷଣା ସମ୍ପର୍କିତ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଥାଏ ବୋଲି ଶ୍ରୀ ସାହୁ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe