ଭିଜିଲାନ୍ସ ଜାଲରେ କୃଷି ବିଭାଗ ଲ୍ୟାବ ଟେକ୍ନିସିଆନ

Advertisment
ଭିଜିଲାନ୍ସ ଜାଲରେ କୃଷି ବିଭାଗ ଲ୍ୟାବ ଟେକ୍ନିସିଆନ

ଝାରସୁଗୁଡ଼ା: ଆଉଟସୋର୍ସିଂ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଜିଲ୍ଲା କୃଷି ବିଭାଗ ଲ୍ୟାବ ଟେକ୍ନିସିଆନ ଗଣେଶ କାଲସାଏ। କୃଷି ବିଭାଗର ମୃତ୍ତିକା ପରୀକ୍ଷଣ ବିଭାଗରେ କାର୍ଯ୍ୟରତ ଜନୈକ ଆଉଟସୋର୍ସିଂ କର୍ମଚାରୀଙ୍କୁ କିଛିଦିନ ତଳେ ଚାକିରିରୁ କାଢି ଦିଆଯାଇଥିଲା।

ଉକ୍ତ କର୍ମଚାରୀଙ୍କୁ ପୁଣି ଥରେ ଚାକିରି ଦେବା ପାଇଁ ସେ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଗୁରୁବାର ପୂର୍ବାହ୍ନ ପ୍ରାୟ ସାଢେ଼ ୧୧ଟା ବେଳେ କାଲସାଏ ଉକ୍ତ କର୍ମଚାରୀଙ୍କ ଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରିବା ବେଳେ ଭିଜିଲାନ୍ସ ବିଭାଗର ଟିମ୍ ମାଡ଼ି ବସିଥିଲା। କାଲସାଏଙ୍କ ନିକଟରୁ ରଙ୍ଗବୋଳା ଟଙ୍କା ଜବତ କରା ଯାଇଥିବା ବେଳେ ତାଙ୍କୁ ଭିଜିଲାନ୍ସ ବିଭାଗ ଅଟକ ରଖି ପଚରା ଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe