କୃଷି ବିଭାଗରେ କର୍ମଚାରୀ ମରୁଡ଼ି: ଖାଲିପଡ଼ିଛି ୧୧୧ ପଦବି

କୃଷି ପ୍ରଧାନ ଜିଲ୍ଲା ନବରଙ୍ଗପୁର। ବର୍ଷ ତମାମ ଏଠାକାର ଚାଷୀମାନେ ଧାନ, ମକା, ଆଖୁ ସହ କ୍ଷୁଦ୍ର ଶସ୍ୟ ଆଦି ଚା‌ଷ କରି ଆସୁଛନ୍ତି। ଜିଲ୍ଲାରେ ପ୍ରାୟ ଖରିଫରେ ୨ଲକ୍ଷ ୯୫ହଜାର ହେକ୍ଟର ଜମିରେ ଚାଷ ହେଉଛି...

Agriculture Department staff shortage: 111 vacancies

Agriculture Department staff shortage: 111 vacancies Photograph: (sambad.in)

ନବରଙ୍ଗପୁର:କୃଷି ପ୍ରଧାନ ଜିଲ୍ଲା ନବରଙ୍ଗପୁର। ବର୍ଷ ତମାମ ଏଠାକାର ଚାଷୀମାନେ ଧାନ, ମକା, ଆଖୁ ସହ କ୍ଷୁଦ୍ର ଶସ୍ୟ ଆଦି ଚା‌ଷ କରି ଆସୁଛନ୍ତି। ଜିଲ୍ଲାରେ ପ୍ରାୟ ଖରିଫରେ ୨ଲକ୍ଷ ୯୫ହଜାର ହେକ୍ଟର ଜମିରେ ଚାଷ ହେଉଛି। ତେବେ ଏହି ସବୁ ଚାଷ ଏବଂ ଚାଷୀଙ୍କୁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ଚାଷ କରିବା ଏବଂ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ରହିଛି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ।

ଏହି କାର୍ଯ୍ୟାଳୟ ଅଧିନରେ ୩ଟି କୃଷି ଜିଲ୍ଲା ରହିଛି। ତେବେ ଏହି  ବିଭାଗରେ ଦେଖାଦେଇଛି କର୍ମଚାରୀ ମରୁଡ଼ି। ୧୯୭ ପଦବୀରୁ ୧୧୧ପଦବୀ ଖାଲି ପଡିଛି। ବର୍ଷ ବର୍ଷ ଧରି କ୍ଷେତ୍ର କର୍ମଚାରୀଙ୍କଠାରୁ ଆରମ୍ଭକରି ମୁଖ୍ୟ ଦପ୍ତରରେ କର୍ମଚାରୀ ପଦ ପୂରଣ କରାଯାଉନି।

ଏଥିଯୋଗୁ ଚାଷୀଙ୍କୁ ଆବଶ୍ୟକ ସମୟରେ ପରାମର୍ଶ ମିଳିପାରୁନି। ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଜଣେ ଜଣେ କୃଷି କର୍ମଚାରୀଙ୍କ ଉପରେ ଅତିରିକ୍ତ ଦାୟିତ୍ବର ବୋଝ ଲଦି ହୋଇ ଯାଉଛି।

ଜିଲ୍ଲାର ୧୦ଟି ବ୍ଳକ‌ରୁ  ପାପଡ଼ାହାଣ୍ଡି, ନବରଙ୍ଗପୁର ଓ ଉମରକୋଟ ୩ଟି କୃଷି ଜିଲ୍ଲା ଅଧିକାରୀଙ୍କ କାର୍ଯ୍ୟାଳୟ  ରହିଛି। ଏଥିପାଇଁ ପଞ୍ଚାୟତସ୍ତରରେ କ୍ଷେତ୍ରୀୟ କୃଷି ଅଧିକାରୀ ତଥା  ଭିଏଡବ୍ଲ୍ୟୁ ୪୯ଟି ପଦ ମଧ୍ୟରୁ ୩୮ଟି ଖାଲିପଡ଼ିଛି। ୮୯ ଜଣ ଓଭରସିୟର ପଦ ମଧ୍ୟରୁ ୪୧ଟି , ୨୧ଟି ଅତିରିକ୍ତ କୃଷି ଅଧିକାରୀ ପଦରୁ ୯ଟି ବ୍ଳକସ୍ତରରେ ୧୨ଜଣ କୃଷି ଅଧିକାରୀଙ୍କ ମଧ୍ୟରୁ ୬ଟି ଓ୨୬ଟି କିରାଣୀ ପଦବୀରୁ ୧୭ଟି ପଦ ଖାଲିପଡ଼ିଛି ।ଏଭଳି ପରିସ୍ଥିତିରେ ଜିଲ୍ଲାର ୩ ଜଣ ବ୍ଳକ କୃଷି ଅଧିକାରୀଙ୍କୁ ଅନ୍ୟ ଜିଲ୍ଲାକୁ ବଦଳି କରାଯାଇଛି।

ଖରିଫ ଋତୁ ପାଇଁ ଜିଲ୍ଲାରେ ଓଡ଼ିଶା ମିଲେଟ ମିଶନ, ମୁଖ୍ୟମନ୍ତ୍ରୀ ମକା ମିଶନ, ଜାତୀୟ ଖାଦ୍ୟ ନିରାପତ୍ତା ମିଶନ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆଦି ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି। ୧୩ ହଜାର ମୃଭିକା ପରୀକ୍ଷା ପାଇଁ ଲକ୍ଷ୍ୟଧାର୍ଯ୍ୟ ରହିଥ‌ିବା ବେଳେ ଏ ଯାଏ ୯୭୦୦ ପରୀକ୍ଷା ପାଇଁ ମାଟି ସଂଗ୍ରହ ହୋଇଛି। ସରକାରଙ୍କ ଅନେକ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି।

ଅମଳ ବୃଦ୍ଧି, ନୂତନ ଜ୍ଞାନକୌଶଳରେ ଚାଷ କାର୍ଯ୍ୟ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ଚାଷୀଙ୍କୁ ପ୍ରୋତ୍ସାହନ ପ୍ରଦାନକରି ଜ୍ଞାନକୌଶଳ ଯୋଗାଇବାକୁ କୁହାଯାଉଛି। କର୍ମଚାରୀ ଅଭାବ ସତ୍ତ୍ୱେ ଏବେ ଜଙ୍ଗଲ ଜମି ସତ୍ତ୍ବ ପାଇଥିବା  ହିତାକାରୀଙ୍କ ଚାଷ ଉପଯୋଗୀ ଜମିଗୁଡ଼ିକର ପଞ୍ଜୀକରଣ ଦାୟିତ୍ଵ କୃଷି ବିଭାଗକୁ ଦିଆଯାଇଛି ।

ଏନେଇ ଜିଲା ମୁଖ୍ୟ କୃଷି ଅଧିକାରୀ ସୁଧିରଞ୍ଜନ ବେହେରାଙ୍କୁ ପଚାରିବାରୁ ଖାଲି ପଡ଼ିଥିବା ପଦବି ପୂରଣ ପାଇଁ ସରକାରଙ୍କୁ ଚିଠି କରାଯିବା ସହ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ନେଇଥିବା କହିଛନ୍ତି।  ଶତାଧିକ ପଦ ଖାଲି ପଡ଼ିଥିବାରୁ ସ୍ବଳ୍ପ କର୍ମଚାରୀରେ କିଭଳି ସମସ୍ତ ଯୋଜନାର ତଦାରଖ  ଓ ଗୁଣାତ୍ମକ କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe