ପରୀ ମୃତ୍ୟୁ ଘଟଣାରେ ଗୃହରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବିବୃତି : ଏଥିରେ ଯିଏ ବି ଜଡ଼ିତ ହୋଇଥାଉନା କାହିଁକି ସେ ଦଣ୍ଡିତ ହେବ

Advertisment
ପରୀ ମୃତ୍ୟୁ ଘଟଣାରେ ଗୃହରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବିବୃତି : ଏଥିରେ ଯିଏ ବି ଜଡ଼ିତ ହୋଇଥାଉନା କାହିଁକି ସେ ଦଣ୍ଡିତ ହେବ

ଭୁବନେଶ୍ବର : ପରୀ ମୃତ୍ୟୁ ଘଟଣାରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ବିଧାନସଭାରେ ବିରୋଧୀ ଦଳର ସଦସ୍ୟମାନେ  ପ୍ରବଳ ହଟ୍ଟଗୋଳ କରିଥିଲେ। ଏହାପରେ ଅପରାହ୍ଣରେ ମନ୍ତ୍ରୀ ଅରୁଣ ସାହୁ ଗୃହରେ ବିବୃତି ରଖି କହିଛନ୍ତି ଯେ ଛୋଟ ଝିଅ ପରୀର ମୃତ୍ୟୁରେ ସେ ଗଭୀର ମର୍ମାହତ। ରାଜନୈତିକ ଜୀବନରେ ମୁଁ ହିଂସାର ଘୋର ବିରୋଧୀ। ମୁଁ କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ବାଗତ କରୁଛି। କ୍ରାଇମବ୍ରାଞ୍ଚ ଉପରେ ମୋର ଦୃଢ଼ ବିଶ୍ବାସ ରହିଛି। ତଦନ୍ତ ପରେ ଦୋଷୀ  ସାମ୍ନାକୁ ଆସିବ। ଏଥିରେ ଯିଏ ବି ଜଡ଼ିତ ହୋଇଥାଉନା କାହିଁକି ସେ ଦଣ୍ଡିତ ହେବ। ଏଥିସହ ନିଜ ବିବୃତିରେ ସେ ଆହୁରି କହିଥିଲେ ଏହି ଘଟଣାର ଅଯଥାରେ ରାଜନୀତିକରଣ କରା ନଯାଉ। ପରୀ ନ୍ୟାୟ ପାଉ, ସତ୍ୟର ଉନ୍ମୋଚନ ହେଉ।

ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ନୟାଗଡ଼ର ବହୁଚର୍ଚ୍ଚିତ ପରୀ ମୃତ୍ୟୁ ଘଟଣା ନେଇ  ବିଧାନସଭାରେ ପୁଣି ହଙ୍ଗାମା ହୋଇଥିଲା । କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଧାନସଭାରେ ହୋହାଲ୍ଲା ହେବା ପରେ ପ୍ରଥମେ ୨୦ମିନିଟ ଏବଂ ପରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଥିଳେ ବାଚସ୍ପତି। ବିଧାନସଭା ବାହାରେ ଉଭୟ କଂଗ୍ରେସ ଓ ବିଜେପି ହଙ୍ଗାମା କରିଥିବା ମଧ୍ୟ ଜଣାପଡ଼ିଛି।

ପରୀ ହତ୍ୟାକାରୀଙ୍କୁ ଧରିବା ଦାବିରେ ତା’ର ବାପା, ମା’ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିବା ଏବଂ ମାମଲାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ନାମ ଯୋଡ଼ିହେବା ପରେ ଘଟଣାକୁ ଗୁରୁତର ସହ ବିରୋଧୀ ଦଳ ଗ୍ରହଣ କରିଛନ୍ତି। ପରୀର ଗ୍ରାମ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅଧୀନ ଯଦୁପୁରରେ ମଧ୍ୟ ହଟଚମଟ ସୃଷ୍ଟି ହୋଇଛି। ପରୀର ବାପା, ମା’ଙ୍କୁ ସ୍ଥାନୀୟ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ ପ୍ରବର୍ତ୍ତାଇ ଏଭଳି କାଣ୍ଡ କରିଥିବା ମନ୍ତ୍ରୀ ଡ. ସାହୁ ସନ୍ଦେହ କରି ଗତକାଲି ସକାଳେ ସରପଞ୍ଚଙ୍କୁ ‌ଫୋନ୍‌ କରି ତାଗିଦ୍‌ କରିଥିବା କୁହାଯାଉଛି। ତେବେ ମନ୍ତ୍ରୀଙ୍କ କଥୋପକଥନର ଅଡିଓ ଭାଇରାଲ୍ ହେବା ପରେ ମନ୍ତ୍ରୀ ଅରୁଣ ସାହୁଙ୍କ ଅଡ଼ୁଆ ବଢ଼ିବ ବୋଲି ଅନୁମାନ କରାଯାଉଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe