ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା(ଏମ୍କେୟୁୱାଇ) କୃଷକଙ୍କର ଆୟ ବୃଦ୍ଧି କରିବା ସହ ରାଜ୍ୟର ଉତ୍ସାହୀ ଯୁବକଯୁବତୀମାନଙ୍କୁ କର୍ମନିଯୁକ୍ତି ଯୋଗାଇବ ବୋଲି କହିଛନ୍ତି କୃଷି, ମତ୍ସ୍ୟ ଓ ପଶୁସମ୍ପଦ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ। ଶନିବାର ବରମୁଣ୍ଡାସ୍ଥିତ ଓଡ଼ିଶା କୃଷି ପ୍ରୋତ୍ସାହନ ଓ ପୁଞ୍ଜି ଲଗାଣ ନିଗମ ଲିମିଟେଡ୍ (ଆପିକଲ) ପରିଦର୍ଶନ କରିବା ସହ ସମୀକ୍ଷା କରିବା ଅବସରରେ ସେ ଏହା କହିଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ, କୃଷି ବ୍ୟବସାୟର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ରାଜ୍ୟରେ ବ୍ୟାପକ ସୁଯୋଗ ରହିଛି। ପ୍ରାକୃତିକ ସମ୍ବଳର ବିନିଯୋଗ କରି ଆପିକଲ ମାଧ୍ୟମରେ ଅନେକ କୃଷି ଉଦ୍ୟୋଗ ସ୍ଥାପନ କରି ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ସେ କହିଛନ୍ତି। ସମୀକ୍ଷା ସମୟରେ ଆପିକଲ ଅଧ୍ୟକ୍ଷ କୃତ୍ତିବାସ ପାତ୍ର, ପରଚାଳନା ନିର୍ଦ୍ଦେଶକ ଡ. ଶୁଭେନ୍ଦୁ ଶେଖର ଦେ’ଙ୍କ ସମେତ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।
କୃଷକର ଆୟ ବୃଦ୍ଧି କରିବ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା: ମନ୍ତ୍ରୀ
Advertisment
Follow Us