କୃଷି ଅଧିକାରୀଙ୍କ ଛୁଟି ବାତିଲ, ୬ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦେଶ

Advertisment
ଚାଷୀଙ୍କୁ ମିଳୁନି ସବ୍‌ସିଡି ଟଙ୍କା

The Kathmandu Post

ଉପକୂଳବର୍ତ୍ତୀ ଓଡ଼ିଶାର ୯୦%, ଆଭ୍ୟନ୍ତରୀଣ ଜିଲ୍ଲାର ୫୦% ଧାନ କଟା ହେବାକୁ ବାକି
ଚାଷୀଙ୍କୁ କୃଷି ବିଭାଗର ପରାମର୍ଶ

ଭୁବନେଶ୍ୱର : ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ୯୦% ଧାନ ଏବଂ ଅଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ୫୦% ଧାନ କଟା ହେବାକୁ ବାକିଅଛି। ଏଭଳି ସ୍ଥିତିରେ ଡିସେମ୍ବର ୩ ଏବଂ ୪ ତାରିଖ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ଉଭୟ ଚାଷୀ ଏବଂ କୃଷି ବିଭାଗର ଚିନ୍ତା ବଢାଇ ଦେଇଛି। ଏହି ଅନୁଯାୟୀ ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଢେଙ୍କାନାଳ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଡିସେମ୍ବର ୬ ତାରିଖ ପର୍ଯ୍ୟନ୍ତ ସମସ୍ତ କୃଷି ଅଧିକାରୀ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ କୃଷି ମନ୍ତ୍ରୀ ଅରୁଣ ସାହୁ ନିର୍ଦେଶ ଦେଇଛନ୍ତି। ଫସଲ ସୁରକ୍ଷା ପାଇଁ କମ୍ୟୁନିଟି ରେଡିଓ, ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର ଶେଷ କରିବାକୁ କୁହାଯାଇଛି।

କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ କୁହାଯାଇଛି, ଶତକଡା ୮୫ ଭାଗ ପାଚିଯାଇଥିବା ଧାନକୁ ତୁରନ୍ତ କାଟି ନେଇ ସୁରକ୍ଷିତ ସ୍ଥାନରେ ରଖିବା, କଟା ହୋଇଥିବା ଧାନକୁ ବେଙ୍ଗଳା କରିଦେବା କିମ୍ବା ସମସ୍ତ ଧାନ ଅମଳ ସମ୍ଭବ ନହେଲେ ପଲିଥିନ ଘୋଡାଇ ସୁରକ୍ଷିତ ରଖିବା, ଧାନ ଜମିରୁ ବଳକା ପାଣି ନିଷ୍କାସନ କରିବା ପାଇଁ ନାଳି କର ଏବଂ ନାଳି ମୁହଁ ଖୋଲା ରଖିବା, ଧାନଗଛ ପଡ଼ି ଯାଇଥିଲେ ଠିଆ କରନ୍ତୁ, ଧାନ କାଟି ବିଲରେ ଶୁଖାନ୍ତୁ ନାହିଁ, ବର୍ଷା ସମୟରେ କୌଣସି କୀଟନାଶକ ସିଞ୍ଚନ ନ କରିବା, ମୁଗ, ବିରି ଓ ପନିପରିବା ଫସଲରେ ପାଣି କାଟିବା ବ୍ୟବସ୍ଥା କରିବା, ବର୍ଷା ପରବର୍ତ୍ତୀ ସମୟରେ ରୋଗପୋକ ସର୍ବେକ୍ଷଣ କରି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ, କପା ଫସଲରେ ପାକଳ ହୋଇଥିବା ବକରାଗୁଡିକୁ ତୋଳି ସୁରକ୍ଷିତ ସ୍ଥାନକୁ ନେବା, ବର୍ଷାର ପରବର୍ତ୍ତୀ ୩-୪ ଦିନପରେ ଖରାରେ ଶୁଖାଇ ରଖିବା, ସମସ୍ତ ରବି ଫସଲ ବିଶେଷକରି ଆଳୁ ଲଗାଇବାକୁ ସାମୟିକ ସ୍ଥଗିତ ରଖିବା, ଆଳୁ ଆଦି ପନିପରିବା ତଥା ରବି ଫସଲରେ ଜଳ ନିଷ୍କାସନ ପାଇଁ ତୁରନ୍ତ ବ୍ୟବସ୍ଥା କରିବା, କୀଟନାଶକ ଔଷଧ ସିଞ୍ଚନ ଓ ଜଳ ସେଚନ ସାମୟିକ ବନ୍ଦ କରିବା ପାଇଁ ପରାମର୍ଶ ଦିଆଯାଇଛି।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ କୃଷିମନ୍ତ୍ରୀ ଡ. ସାହୁଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଭାଗୀୟ କମିସନର ତଥା ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ସମସ୍ତ ଜିଲ୍ଲାର କୃଷି ଓ ଉଦ୍ୟାନ କୃଷି ଅଧିକାରୀମାନଙ୍କ ସହ ଏକ ଆଭାସୀ ବୈଠକ କରାଯାଇଥିଲା। ଏଥିରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶକ ଉପସ୍ଥିତ ରହି ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe