‘ଆହେ ନୀଳଶଇଳ’ ପରଦା ନଇଁଲା: ଦର୍ଶକଙ୍କୁ ଅଟକାଇ ପାରିଲାନି ବର୍ଷା

Advertisment

ଚାରି ଦିନ ହେଲା ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେଉଥିବା ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ଐତିହାସିକ ନାଟକ ‘ଆହେ ନୀଳଶଇଳ’ର ପରଦା ନଇଁଛି। ହେଲେ ଦର୍ଶକଙ୍କ ଉତ୍କଣ୍ଠା କମିନାହିଁ।

ଚାରି ଦିନ ହେଲା ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେଉଥିବା ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ଐତିହାସିକ ନାଟକ ‘ଆହେ ନୀଳଶଇଳ’ର ପରଦା ନଇଁଛି। ହେଲେ ଦର୍ଶକଙ୍କ ଉତ୍କଣ୍ଠା କମିନାହିଁ।

ffsxccd

ଭୁବନେଶ୍ବର: ଚାରି ଦିନ ହେଲା ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେଉଥିବା ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ଐତିହାସିକ ନାଟକ ‘ଆହେ ନୀଳଶଇଳ’ର ପରଦା ନଇଁଛି। ହେଲେ ଦର୍ଶକଙ୍କ ଉତ୍କଣ୍ଠା କମିନାହିଁ। ମଞ୍ଚରେ ମହାପ୍ରଭୁଙ୍କ ଲୀଳାକୁ ସ୍ବଚକ୍ଷୁରେ ଦେଖିବା ପରେ ଆଉ କେବେ ପୁଣି ନାଟକ ମଞ୍ଚସ୍ଥ ହେବ ପ୍ରଶ୍ନ ଭିତରେ ଦର୍ଶକଙ୍କ ଆତ୍ମୀୟତା ବାରି ହୋଇ ପଡ଼ୁଥିଲା। ସାରା ଓଡ଼ିଶାର ନାଟ୍ୟପ୍ରେମୀ ଦର୍ଶକ ଓ ଜନସାଧାରଣଙ୍କ ଅନୁରୋଧକ୍ରମେ ‘ଚକଲେଟ୍ ପ୍ରଡକ୍ସସନ୍ସ’ ପକ୍ଷରୁ ପୁଣି ଥରେ ରବୀନ୍ଦ୍ର ମଣ୍ଡପରେ ‘ଆହେ ନୀଳଶଇଳ’ ନାଟକ ଏପ୍ରିଲ ୯ରୁ ୧୨ ପର୍ଯ୍ୟନ୍ତ ମଞ୍ଚସ୍ଥ ହେବା ପାଇଁ ସ୍ଥିର ହୋଇଥିଲା। ଅନ୍‌ଲାଇନ୍‌ରେ ଟିକେଟ୍‌ ବୁକିଂ ଆରମ୍ଭ ହେବାର ୨-୩ ଦିନ ଭିତରେ ସବୁ ସିଟ୍‌ ବୁକ୍‌ ହୋଇ ଯାଇଥିଲା। ତେବେ ଖୁବ୍‌ଶୀଘ୍ର ପୁଣି ଥରେ ନାଟକ ମଞ୍ଚସ୍ଥ ହେବ ବୋଲି କୁହାଯାଇଛି।

ଦର୍ଶକଙ୍କୁ ଅଟକାଇ ପାରିଲାନି ବର୍ଷା
ପୂର୍ଣ୍ଣ ପ୍ରେକ୍ଷାଳୟରେ ମଞ୍ଚସ୍ଥ ହେଲା ନାଟକ
ଖୁବ୍‌ଶୀଘ୍ର ପୁଣି  ମଞ୍ଚସ୍ଥ ହେବ

ଆଜି ନାଟକ ଆରମ୍ଭର ଅଧଘଣ୍ଟା ପୂର୍ବରୁ ପ୍ରବଳ ଝଡ଼ବର୍ଷା ଆରମ୍ଭ ହୋଇ ଯାଇଥିଲା। ଯାହାର ପ୍ରଭାବରେ ଦର୍ଶକଙ୍କ ସଂଖ୍ୟା କମି ପାରେ ବୋଲି  ଆଶଙ୍କା ସୃଷ୍ଟି ‌ହୋଇଥିଲା। ପ୍ରତିକୂଳ ପାଗ ସତ୍ତ୍ବେ ମହାପ୍ରଭୁଙ୍କ ନାଟକ ଦେଖିବା ପାଇଁ ଦର୍ଶକ ଧାଇଁ ଆସିଥିଲେ। ଆଜି ନାଟକର ନିର୍ଦ୍ଦେଶକ ଲାଲା ବୀରେନ୍‌ ରାୟ ପ୍ରଦୀପ ପ୍ରଜ୍ବଳନ କରିବା ପରେ ନାଟକ ଆରମ୍ଭ ହୋଇଥିଲା। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସମ୍ପାଦକ ତନୟା ପଟ୍ଟନାୟକ ଦର୍ଶକଙ୍କୁ ସ୍ବାଗତ କରିବା ସହ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ। ନାଟକର କାହାଣୀ କଥାସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ପ୍ରସିଦ୍ଧ ଉପନ୍ୟାସ ‘ନୀଳଶୈଳ’ ଦ୍ବାରା ଆଂଶିକ ଭାବେ ଅନୁପ୍ରେରିତ ହୋଇଥିବା ବେଳେ ନାଟକର ରଚନା କରିଛନ୍ତି ଶଙ୍କର ତ୍ରିପାଠୀ ଓ ଡ. ପ୍ରତିମା ହୋତା। ନିର୍ଦ୍ଦେଶନା ଦେଇଛନ୍ତି ଲାଲା ବୀରେନ୍‌ ରାୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe