ଆଜି ସନ୍ଧ୍ୟାରେ ପୁରୀରେ ପ୍ରଦର୍ଶିତ ହେବ ଐତିହାସିକ ନାଟକ ‘ଆହେ ନୀଳଶଇଳ’

ଆଜି ସନ୍ଧ୍ୟାରେ ପୁରୀରେ ପ୍ରଦର୍ଶିତ ହେବ ଐତିହାସିକ ନାଟକ ‘ଆହେ ନୀଳଶଇଳ’

ପୁରୀ: ରାଜଧାନୀ ଭୁବନେଶ୍ବର, ବେଙ୍ଗାଲୁରୁ ଓ ନୂଆଦିଲ୍ଲୀରେ ପରିବେଷିତ ହୋଇ ଓଡ଼ିଆ ମଞ୍ଚନାଟକ କ୍ଷେତ୍ରରେ ଚହଳ ସୃଷ୍ଟି କରିଥିବା ଐତିହାସିକ ନାଟକ ‘ଆହେ ନୀଳଶଇଳ’ ଆଜି ସଂଧ୍ୟା ୬.୩୦ରେ ଶ୍ରୀକ୍ଷେତ୍ର ପୁରୀରେ ପ୍ରଦର୍ଶିତ ହେବ। ଶ୍ରୀଜଗନ୍ନାଥଙ୍କ ମହାପର୍ବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ୧୮ ତାରିଖ ସଂଧ୍ୟା ୬.୩୦ରେ ମଞ୍ଚସ୍ଥ ହେବ ବହୁଚର୍ଚ୍ଚିତ ନାଟକ ‘ଆହେ ନୀଳଶଇଳ’। ଗୁଣ୍ଡିଚା‌ ମନ୍ଦିର ନାକଚଣା ଦ୍ବାର ସମ୍ମୁଖ ଶରଧାବାଲିରେ ଏହି ନାଟକ ପ୍ରଦର୍ଶିତ ହେବ। ଏହି ନାଟକ ଦେଖିବା ଲାଗି ଦର୍ଶକଙ୍କୁ କୌଣସି ପ୍ରବେଶ ଦେୟ ପଡ଼ିବ ନାହିଁ ବୋଲି ‘ଚକଲେଟ୍ ପ୍ରଡକସନ୍ସ’ ପକ୍ଷରୁ ସୂଚନା ଦିଆଯାଇଛି।

ମଞ୍ଚ ନାଟକଠାରୁ ଓଡ଼ିଆ ଦର୍ଶକ ମୁହଁ ଫେରାଇ ନେଉଛନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ବାରମ୍ବାର ପୂର୍ଣ୍ଣ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇ ଏ କଥାକୁ ଭୁଲ୍‌ ପ୍ରମାଣିତ କରିଛି ‘ଚକଲେଟ୍ ପ୍ରଡକସନ୍ସ’ ପ୍ରଯୋଜିତ ‘ଆହେ ନୀଳଶଇଳ’। ରାଜ୍ୟରେ ଓ ରାଜ୍ୟ ବାହାରେ ‘ଆହେ ନୀଳଶଇଳ’ର ୨୧ଟି ସୋ’ ଅନୁଷ୍ଠିତ ହୋଇ ସାରିଥିଲେ ହେଁ ପୁଣିଥରେ ନାଟକ ଦେଖିବା ଲାଗି ଦର୍ଶକଙ୍କ ଆଗ୍ରହ ଓ ଉତ୍କଣ୍ଠା ଅତୁଟ ରହିଛି। ଅଷ୍ଟାଦଶ ଶତାବ୍ଦୀ ଓଡ଼ିଶା ଇତିହାସର ଏକ ଅନନ୍ୟ ଅଧ୍ୟାୟକୁ ନେଇ ଏହି ନାଟକ ରଚନା କରିଛନ୍ତି ବିଶିଷ୍ଟ ନାଟ୍ୟକାର ଶଙ୍କର ତ୍ରିପାଠୀ ଓ ଡ. ପ୍ରତିମା ହୋତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe