ତେନ୍ତୁଳୀଗୁମ୍ମାରେ ଅହିଂସା ରଥ: ଦେଶପ୍ରେମରେ ଉଦବୁଦ୍ଧ ହେଲେ ଅଂଚଳବାସୀ

ତେନ୍ତୁଳୀଗୁମ୍ମାରେ ଅହିଂସା ରଥ: ଦେଶପ୍ରେମରେ ଉଦବୁଦ୍ଧ ହେଲେ ଅଂଚଳବାସୀ

ଜୟପୁର/ବୈପାରୀଗୁଡା: ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମମାଟିରେ ମାଲାକାନଗିରୀ ଜିଲ୍ଲାର ମାଥିଲିରୁ ପହଚିଂଛି ଅହିଂସା ରଥ। ଅହିଂସା ରଥକୁ କୋରାପୁଟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ଜିଲ୍ଲା ପ୍ରଶାସନ  ପକ୍ଷରୁ ଶୋଭାଯାତ୍ରା କରାଯାଇଥିଲା। ଏହି ରଥକୁ ଭବ୍ୟ ସ୍ବାଗତ କରିବା ପାଇଁ ଅଂଚଳର ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସବୁ ବର୍ଗର ଲୋକେ ସ୍ବତ୍ତଃସ୍ପୃତ ଭାବେ ସାମିଲ ହୋଇଥିଲେ। ସହିଦ ଲକ୍ଷ୍ମଣ ନାୟକଙ୍କ ବାର୍ତ୍ତାକୁ ଆଜି ବି ସେମାନେ ମନେ ରଖିଛନ୍ତି ଏହାର ପ୍ରମାଣିତ କରିଥିଲେ। ବିଶାଳ ଶୋଭାଯାତ୍ରାରେ  ପାରମ୍ପରିକ ନାଚ ଗୀତ, ଦୁରୁଆ ନୃତ୍ୟ ସହ ବାଜା ବଜାଣାରେ ଭାରତ ମାତାକି ଜୟ, ଜାତିର ପିତା ମହାତ୍ମାଗାନ୍ଧୀକି ଜୟ, ସହିଦ ଲକ୍ଷ୍ମଣ ନାୟକଙ୍କୁ ଜୟ ଆଦି ନାରା ଦେଇ ଅହିଂସା ରଥକୁ ପରିକ୍ରମା କରାଇଥିଲେ। ରଥ ପହଞ୍ଚିବା ପରେ ସହିଦଙ୍କ ସମାଧିରେ ଏବଂ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।

ଏହା ପରେ ଗ୍ରାମବାସୀଙ୍କୁ ନେଇ ଚାରି ମିଟର ଲମ୍ବା  ବିଶିଷ୍ଟ ଜାତୀୟ ପତକା ଗାଁ ପରିକ୍ରମା କରାଯାଇଥିଲା। ସହିଦ ଲଷ୍ମଣ ନାୟକ ପାର୍କରେ ଆୟୋଜିତ ଜାତୀୟ ପତକା ଉତ୍ତୋଳନ କରାଯିବା ସହ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା ଏହି ଅବସରରେ  ସହିଦ ଲଷ୍ମଣ ନାୟକଙ୍କ ଜୀବନୀକୁ ନେଇ ଆଧାରିତ ଜଳଚିତ୍ର ପ୍ରଦର୍ଶନ କରାଯାଇଥିଲା।

publive-image

ସୂଚନା ଅନୁଯାୟୀ,  ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ ପାଳନ ଚାଲିଛି।  ସ୍ବାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ ବାର୍ତ୍ତା ତଥା ଗାନ୍ଧିଜୀଙ୍କ ଅହିଂସା ନୀତି, ଶକ୍ତି ଓ ଜନସାଧାରଣଙ୍କ ମନରେ ଦେଶପ୍ରେମ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଗତ ଅଗଷ୍ଟ ୧୫ରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଅହିଂସା ରଥ ସାରା ରାଜ୍ୟରେ ପ୍ରରିକ୍ରମା ଜାରୀ ରହିଛି।  ଆଜି ଏହି କ୍ର‌ମରେ ଏଥିରେ  ଜୟପୁର ଉପ ଜିଲ୍ଲାପାଳ ବେଦବର ପ୍ରଧାନ, ଡିପିଏମୟୁ ତଥା ଜିଲ୍ଲା ନୋଡାଲ ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା,ବୈପାରୀଗୁଡା ବିଡିଓ ଅଭିମନ୍ୟୁ କବି ଶତପଥି,ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା,ତେନ୍ତୁଳିଗୁମ୍ମା ସରପଞ୍ଚ ମନ୍ମତି ନାୟକ, ଜିଲ୍ଲା ସ୍ତରୀୟ ଏବଂ ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

publive-image

ଏହି କାର୍ଯ୍ୟକ୍ରମକୁ କୋରାପୁଟ ଜିଲ୍ଲା ସୂଚନା ଓ଼ ଲୋକ ସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସା ଏବଂ ଜୟପୁର ଉପଖଣ୍ଡ ସୂଚନା ଓ଼ ଲୋକ ସମ୍ପର୍କ ଅଧିକାରୀ ଯଶୋଦା ଗାଦବା ପରିଚାଳନା କରିଥିବା ବେଳେ ବିଏସଏସଓ କାର୍ତ୍ତିକ ପାଢ଼ୀ , ଜିପିଓ ରାମପ୍ରସାଦ ଦୋରା ,ପିଇଓ ଗତିକୃଷ୍ଣ ପାଙ୍ଗୀ, ଜିଆରଏସ୍ ଜଗନ୍ନାଥ ନାୟକ, ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe