ସବୁ ଅଫିସରେ ଲାଗିବ ଏଆଇ କ୍ୟାମେରା, ନିର୍ଦ୍ଧାରିତ ସମୟରେ ଅଫିସ ଆସିବେ ଅଧିକାରୀ: ମୁଖ୍ୟ ଶାସନ ସଚିବ

ଆଜି ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କାର୍ଯ୍ୟଶୈଳୀକୁ ଆହୁରି ଉତ୍ତମ କରିବା ପାଇଁ କେଉଁ ଦିଗ ପ୍ରତି ଧ୍ୟାନ ଦିଆଯିବ ଉଚିତ୍ ତା’ ଉପରେ ଆଲୋଚନା କରିଥିଲେ।

New Project (3)

ଭୁବନେଶ୍ବର: ଆଜି ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କାର୍ଯ୍ୟଶୈଳୀକୁ ଆହୁରି ଉତ୍ତମ କରିବା ପାଇଁ କେଉଁ ଦିଗ ପ୍ରତି ଧ୍ୟାନ ଦିଆଯିବ ଉଚିତ୍ ତ‌ା’ ଉପରେ ଆଲୋଚନା କରିଥିଲେ। ବୈଠକରେ ୧୦ଟି ଦିଗ ଉପରେ ଧ୍ୟାନକେନ୍ଦ୍ରିତ କରିବା ନେଇ ମୁଖ୍ୟ ଶାସନ ସଚିବ ସଚିବ ସ୍ତରୀୟ ବୈଠକ ନିର୍ଦ୍ଦେଶ ଦେଇଛନ୍ତି। ସେଗୁଡ଼ିକ ହେଲା:-

୧- ସବୁ ଅଫିସରେ ଲାଗିବ ଏଆଇ କ୍ୟାମେରା। ପ୍ରଥମେ ଖାରବେଳ ଭବନ ଓ ଲୋକସେବା ଭବନରେ ଲାଗିବ କ୍ୟାମେରା। ପରେ ଜିଲ୍ଳାସ୍ତରୀୟ ସବୁ ସରକାରୀ ଅଫିସରେ ଏଆଇ କ୍ୟାମେରା ଲଗାଯିବ। 
୨- ନିର୍ଦ୍ଧାରିତ ସମୟରେ ଅଧିକାରୀମାନେ ଅଫିସ ଆସିବା ଉପରେ ଗୁରୁତ୍ବ ଦିଆଯିବ। ଏଥିପାଇଁ ନୂଆ ମେକାନିଜମ ବିକଶିତ କରାଯିବ। 
୩-ଭଲ ପ୍ରଦର୍ଶନ କରୁ ନଥିବା ଅଧିକାରୀଙ୍କ ଉପରେ ନଜର ରଖାଯିବ। ନିୟମିତ ଭାବେ ସେମାନଙ୍କ କାର୍ଯ୍ୟର ସମୀକ୍ଷା କରାଯିବା ସହ ପ୍ରଦର୍ଶନରେ ସୁଧାର ଆଣିବାକୁ ସୁଯୋଗ ଦିଆଯିବ। ପ୍ରଦର୍ଶନରେ ସୁଧାର ନଆସିଲେ ଆଗୁଆ ଅବସର ଉପରେ ଗୁରୁତ୍ଵ ଦିଆଯିବ। 
୪- ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଆସୁଥିବା ୟୁଆଇ ନୋଟ ଉପର ତୁରନ୍ତ ଉତ୍ତର ଦେବା ସହ ପଦକ୍ଷେପ ନିଆଯିବ। 
୫-ଦୁର୍ନୀତିର ମୂଳ କାରଣ ଖୋଜିବା ସହ ଏ ଦିଗରେ ପଦକ୍ଷେପ ନେବାକୁ ନିର୍ଦେଶ। ଲୋକଙ୍କୁ ସେବା ପ୍ରଦାନରେ କାହିଁକି ବିଳମ୍ବ ହେଉଛି ତାହାକୁ ଅନୁଧ୍ୟାନ କରାଯିବ। 
୬- ଅକ୍ଟୋବରରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ(ସିଏମ) ଡାସବୋର୍ଡ । 
୭- କେନ୍ଦ୍ରୀୟ ସ୍କିମ ପ୍ରତିମାସ ୭ତାରିଖରେ ଜିଲ୍ଲାପାଳ ସମୀକ୍ଷା କରିବେ। ୧୨ ତାରିଖରେ ଜଙ୍ଗଲ ଓ ପରିବେଶ ବିଭାଗ ଓ ରାଜସ୍ୱ ବିଭଗ ସମୀକ୍ଷା କରିବେ । 
୮- ସବୁ ବିଭାଗ ସେମାନଙ୍କ ବିଭାଗର ଖର୍ଚ୍ଚ ବୃଦ୍ଧି ଉପରେ ଗୁରୁତ୍ବ ଦେବେ।
୯- ଅଫିସରମାନେ 'ଫିଲ୍ଡ ଭିଜିଟ' ଉପରେ ଗୁରୁତ୍ବ ଦେବେ।
୧୦-ଏନଫୋର୍ସମେଣ୍ଟ ଉପରେ ସରକାରଙ୍କ ଗୁରୁତ୍ଵ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe