୫୦ ଲକ୍ଷ ଟଙ୍କା ବୀମା ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାରକୁ ମିଳୁ: ଏଆଇସିସି ସାଧାରଣ ସମ୍ପାଦକ

Advertisment
୫୦ ଲକ୍ଷ ଟଙ୍କା ବୀମା ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାରକୁ ମିଳୁ: ଏଆଇସିସି ସାଧାରଣ ସମ୍ପାଦକ

YouTube

ଭୁବନେଶ୍ବର : କୋଭିଡ୍‌ ପାଇଁ ତାଲାବନ୍ଦ ପରଠାରୁ ଦେଶରେ ପ୍ରାୟ ୩୦୦ରୁ ଅଧିକ ଶ୍ରମିକ ପ୍ରାଣ ହରାଇଲେଣି। ଶ୍ରମିକମାନଙ୍କ ମୃତ୍ୟୁ ପାଇଁ କେନ୍ଦ୍ର ସରକାର ଦାୟୀ। ଖୋଦ୍‌ ପ୍ରଧାନମନ୍ତ୍ରୀଙ୍କ ରାଜ୍ୟ ଗୁଜୁରାଟରେ ବି ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ଖାଇବାକୁ ମିଳିଲାନି କି ସୁରକ୍ଷା ବି ମିଳିଲାନି। ପୁଲିସର ଲାଠି ମାଡ଼ରେ ଜଣେ ଓଡ଼ିଆଙ୍କ ପ୍ରାଣଗଲା। କରୋନା ସଂକ୍ରମଣରେ ପ୍ରାଣ ହରାଇଲେ ୫୦ ଲକ୍ଷ ଟଙ୍କାର ବୀମା ସହାୟତା କରୋନା ଯୋଦ୍ଧାଙ୍କ ପରିବାରକୁ ଦେବାକୁ ଯେପରି ବ୍ୟବସ୍ଥା କରାଯାଇଛି ସେହିପରି ପ୍ରାଣ ହରାଇଥିବା ପ୍ରବାସୀ ଶ୍ରମିକମାନଙ୍କ ପରିବାର ପାଇଁ ବ୍ୟବସ୍ଥା କରାଯାଉ। ମାହାମାରୀ ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରି ଆଜି ଏପରି ଦାବି କରିଛନ୍ତି, ଏଆଇସିସି ସାଧାରଣ ସମ୍ପାଦକ ତଥା ବରିଷ୍ଠ କଂଗ୍ରେସ ନେତା ରାମ ଚନ୍ଦ୍ର ଖୁଣ୍ଟିଆ। ଏହାସହିତ ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ନିଜ ଖର୍ଚ୍ଚରେ ଫେରିଥିବା ଶ୍ରମିକମାନଙ୍କୁ ସେମାନଙ୍କ ପରିବହନ ଖର୍ଚ୍ଚ ଭରଣା କରାଯିବା ସହ ଏଣିକି ସମ୍ପୂର୍ଣ୍ଣ ସରକାରୀ ଖର୍ଚ୍ଚରେ ସମସ୍ତ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟବସ୍ଥା କରନ୍ତୁ ବୋଲି ସେ ଦାବି କରିଛନ୍ତି।

ଶ୍ରୀ ଖୁଣ୍ଟିଆ ଅଭିଯୋଗ କରିଛନ୍ତି, ଏକ ରାଜ୍ୟ ଓ ଏକ ରାଷ୍ଟ୍ର ନୀତିର ନାରା ଦିଆଯାଉଛି। କିନ୍ତୁ ଗୁଜୁରାଟରେ କାମ କରୁଥିବା ପ୍ରାୟ ୭ ଲକ୍ଷ ଓଡ଼ିଆ ଶ୍ରମିକଙ୍କୁ ସୁରକ୍ଷା ଦିଆଗଲାନି। ସୁରତରେ ଜଣେ ଓଡ଼ିଆ ଶ୍ରମିଙ୍କ ଜୀବନ ଗଲା ପଛକେ ରାଜ୍ୟ ସରକାର ବି ପଦୁଟିଏ ପ୍ରତିବାଦ କଲେନି। ଭାରତରେ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ୧୧ କୋଟିରୁ ଅଧିକ। ସେହିପରି ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ୧୨ କୋଟି, ମନରେଗାରେ ୧୪ କୋଟି ଓ ଅନ୍ୟ ଅସଂଗଠିତ କ୍ଷେତ୍ରରେ ପ୍ରାୟ ୫୨ କୋଟି ଶ୍ରମିକ ଅଛନ୍ତି। ଏମାନେ ସମସ୍ତେ ଆଜି ଆତଙ୍କିତ ଅବସ୍ଥାରେ ରହିଛନ୍ତି। କଂଗ୍ରେସ ସାଂସଦ ଶ୍ରୀ ଗାନ୍ଧୀଙ୍କ ପ୍ରସ୍ତାବ ଅନୁଯାୟୀ ୧୨ ହଜାର ଟଙ୍କାରୁ କମ୍‌ ଆୟ ବର୍ଗର ଶ୍ରମିକମାନଙ୍କୁ ତୁରନ୍ତ ମାସିକ ୧୦ ହଜାର ଟଙ୍କା ଲେଖାଏଁ ଯୋଗାଇ ଦିଆଯାଉ। ତା ନ ହେଲେ କରୋନା ମୃତ୍ୟୁ ଠାରୁ ଶ୍ରମିକମାନଙ୍କ ଅନାହାର ମୃତ୍ୟୁ ବଳି ପଡ଼ିବ ବୋଲି ଶ୍ରୀ ଖୁଣ୍ଟିଆ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚେତାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe