ଆଇସିଟିଇର କଡ଼ା ନିର୍ଦେଶ : ଦରମା କାଟିପାରିବେନି ଶିକ୍ଷାନୁଷ୍ଠାନ

Advertisment

ଲକଡାଉନ୍‌ ବେଳେ ମାଗି ପାରିବେନି ଫି’, ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ

ଲକଡାଉନ୍‌ ବେଳେ ମାଗି ପାରିବେନି ଫି’, ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ

ଏଆଇସିଟିଇ ଅନୁବନ୍ଧନ ଆବେଦନ ତାରିଖ ବଢ଼ିଲା

DigitalLEARNING Magazine

ଭୁବନେଶ୍ୱର : କରୋନା ଯୋଗୁଁ ସାରା ଦେଶରେ ଏବେ ବି ଲକଡାଉନ୍‌ ଜାରି ରହିଛି। ମେ’ ୩ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନ ଅଲ ଇଣ୍ଡିଆ କାଉନସିଲ ଅଫ ଟେକନିକାଲ ଏଜୁକେସନ (ଏଆଇସିଟିଇ) ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

ଦେଶରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ ସେମାନଙ୍କ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପ୍ରଣାଳୀରେ ପରିବର୍ତ୍ତନ କରିବା ଦିଗରେ କାର୍ଯ୍ୟ କରିବାକୁ କୁହାଯାଇଛି। ଏଆଇସିଟିଇ ପକ୍ଷରୁ କୁହାଯାଇଛି ଯେ ଲକଡାଉନ୍‌ ବେଳେ କେତେକ ଶିକ୍ଷାନୁଷ୍ଠାନ ନାମଲେଖା ସମେତ ଅନ୍ୟାନ୍ୟ ଫି’ ଦାଖଲ ପାଇଁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରୁଥିବା ନଜରକୁ ଆସିଛି। ତେଣୁ ଏଠାରେ ସ୍ପଷ୍ଟ କରି ଦିଆଯାଉଛି ଯେ କୌଣସି ବି ଶିକ୍ଷାନୁଷ୍ଠାନ ଲକଡାଉନ୍‌ ଉଠିବା, ସ୍ଥିତି ସ୍ବଭାବିକ ନହେବା ପର୍ଯ୍ୟନ୍ତ ପିଲାଙ୍କଠାରୁ ଫି’ ଆଦାୟ କରିପାରି‌ବେ ନାହିଁ। ଏନେଇ ସମସ୍ତ ଶିକ୍ଷାନୁଷ୍ଠାନ ନିଜ ନିଜ ୱେବ୍‌ସାଇଟ୍‌ରେ ତଥ୍ୟ ଦେବେ। ଏଥିସହ ଛାତ୍ରଛାତ୍ରୀଙ୍କୁ ଇ-ମେଲ୍‌ ମାଧ୍ୟମରେ ଜଣାଇବାକୁ କୁହାଯାଇଛି। ଏପରିକି ଯଦି କେହି ଏହାର ଉଲ୍ଲଂଘନ କରନ୍ତି ଅର୍ଥାତ୍ ଫି ଆଦି ଆଦାୟ ପାଇଁ ଜବରଦସ୍ତ କରନ୍ତି, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ବର୍ତ୍ତମାନ ସମୟରେ ଅନେକ ଶିକ୍ଷାନୁଷ୍ଠାନ ସେମାନଙ୍କ କାର୍ଯ୍ୟରତ କର୍ମଚାରୀଙ୍କୁ ବେତନ ଦେଉନାହାନ୍ତି ଏବଂ ଛଟେଇ କରୁଛନ୍ତି। ଏନେଇ ଅଭିଯୋଗ ହେବା ପରେ ଏଆଇସିଟିଇ କନା ଆଭିମୁଖ୍ୟ ଗ୍ରହଣ କରିଛି। ଲକଡାଉନ୍‌ ସମୟରେ କର୍ମଚାରୀମାନଙ୍କୁ ତୁରନ୍ତ ବେତନ ଦେବା ଓ କାର୍ଯ୍ୟରୁ ଅନ୍ତର କରିଥିବା କର୍ମଚାରୀଙ୍କୁ ପୁଣି ଚାକିରିରେ ରଖିବାକୁ ପଡ଼ିବ। ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ କୁହାଯାଇଛି। ଏନେଇ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖାଯାଇଛି।

ଆହୁରି କୁହାଯାଇଛି ଯେ କେତେକ ବ୍ୟକ୍ତିବିଶେଷ, ନ୍ୟସ୍ତସ୍ଵାର୍ଥ ଗୋଷ୍ଠୀ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଖବର ଦେବା ସହ ଗୁଜବ ସୃଷ୍ଟି କରୁଛନ୍ତି। ଏସବୁକୁ ନିରୁତ୍ସାହିତ କରିବା ସହ ଏସଂକ୍ରାନ୍ତରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ସମସ୍ତଙ୍କର କର୍ତ୍ତବ୍ୟ ହେବା ଆବଶ୍ୟକ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ/ ୟୁଜିସି/ ଏଆଇସିଟିଇ ପକ୍ଷରୁ ୱେବ୍‌ସାଇଟ୍‌ରେ ଜାରି ବିଜ୍ଞପ୍ତିଗୁଡ଼ିକୁ ଗ୍ରହଣ କରିବା ସହ ପ୍ରକାଶ କରିବାକୁ ପରାମର୍ଶ ଦିଆଯାଇଛି। ୨୦୨୦-୨୧ ଶିକ୍ଷାବର୍ଷରେ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ଛାତ୍ରବୃତ୍ତି ସମେତ ଅନେକ ଛାତ୍ରବୃତ୍ତି ପ୍ରଦାନରେ ବିଳମ୍ବିତ ହୋଇଛି। ତେବେ ଲକଡାଉନ୍‌ ଉଠିବା ପରେ ହିଁ ଛାତ୍ରବୃତ୍ତି ଯୋଜନା ପୂର୍ବଭଳି ଚାଲିବ। ନିୟମିତ ଭାବେ ଏଆଇସିଟିଇ ୱେବ୍‌ସାଇଟ୍‌ରେ ଶିକ୍ଷାବର୍ଷର ବିଭିନ୍ନ ଘଟଣାବଳୀ ଉପରେ ସୂଚନା ଦିଆଯିବ। ସେହିପରି ଚଳିତ ସେମିଷ୍ଟର୍‌ ପାଇଁ ଅନ୍‌ଲାଇନ୍‌ ପାଠପଢ଼ା ମେ’ ୩ ପର୍ଯ୍ୟନ୍ତ ଜାରି ରହିବ। ପର୍ଯ୍ୟାୟକ୍ରମେ ୟୁଜିସି ଓ ଏଆଇସିଟିଇ ତରଫରୁ ଏକ ସଂଶୋଧିତ ଶିକ୍ଷା କ୍ୟାଲେଣ୍ଡର ଜାରି କରାଯିବ। ସେମିଷ୍ଟର୍ ପରୀକ୍ଷାର ପରିଚାଳନା ନିମନ୍ତେ ୟୁଜିସି ବିଭିନ୍ନ ପରୀକ୍ଷା କରାଇବା, ମାର୍କ ଦେବା ଓ ପାସ୍‌ର ମାନଦଣ୍ଡ ସୁପାରିସ୍ କରିବ। ଏନେଇ ପୃଥକ୍‌ ଭାବେ ନିର୍ଦ୍ଦେଶ ଦିଆଯିବ ଏବଂ ଛାତ୍ରଛାତ୍ରୀ ନିୟମିତ ଭାବେ ୟୁଜିସି ଓ ଏଆଇସିଟିଇର ୱେବ୍‌ସାଇଟ୍‌ ଦେଖିବାକୁ ପରାମର୍ଶ ଦିଆଯାଇଛି।

ସେହିପରି ଅନେକ ଛାତ୍ରଛାତ୍ରୀ ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିନାହାନ୍ତି। ସେମାନେ ଏହାକୁ ଘରୁ କରିପାରିବେ। ଯଦି ତାହା ସମ୍ଭବ ନହୁଏ, ତେବେ ଆସନ୍ତା ଡିସେମ୍ବରରେ ସଂପୂର୍ଣ୍ଣ କରାଯାଇପାରିବ। ଇଣ୍ଟରନେଟ୍‌ ସେବାର ସୁଯୋଗ ପାଉ ନଥିବାରୁ ଛାତ୍ରଛାତ୍ରୀଙ୍କୁ ଅନ୍ୟ ଅନୁଷ୍ଠାନଗୁଡ଼ିକ ଯୋଗାଇଦେବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ଗ୍ରାମାଞ୍ଚଳରେ ଏହି ସେବା ମିଳିବାର ଅସୁବିଧା ଥିବାରୁ ଉପସ୍ଥାନ ନିୟମକୁ କୋହଳ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe