DigitalLEARNING Magazine
ଭୁବନେଶ୍ବର : ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ)ର ଅନୁବନ୍ଧନ ଲାଗି ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକୁ ପୁଣିଥରେ ସୁଯୋଗ ଦିଆଯାଇଛି। ୨୦୨୧-୨୨ ଶିକ୍ଷାବର୍ଷ ଲାଗି ଯେଉଁମାନେ ଆବେଦନ କରିନାହାନ୍ତି ସେମାନଙ୍କୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବିନା ଜରିମାନାରେ ସୁଯୋଗ ଦିଆଯିବ। ଏଥିସହ ଜରିମାନା ଦେଇ ୨୯ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏଆଇସିଟିଇ ପକ୍ଷରୁ କୁହାଯାଇଛି ଯେ ମାର୍ଚ୍ଚ ୬, ଏପ୍ରିଲ ୨ରେ ଏସମ୍ପର୍କରେ ବିଜ୍ଞପ୍ତି ଜାରି ହୋଇଥିଲା। ତା’ପରେ ବି କୋଭିଡ୍-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ଦେଶର କେତେକ ଶିକ୍ଷାନୁଷ୍ଠାନ ଆବେଦନ ତାରିଖ ଘୁଞ୍ଚାଇବାକୁ ଅନୁରୋଧ କରିଥିଲେ। ଏହାପରେ କୌଣସି ସୁଯୋଗ ମିଳିବ ନାହିଁ ବୋଲି ଏଆଇସିଟିଇ ସଦସ୍ୟ ସଚିବ ପ୍ରଫେସର ରାଜୀବ କୁମାର କହିଛନ୍ତି।
Follow Us