ନିଟ୍ ୩.୦ ଓ ଆଞ୍ଚଳିକ ଭାଷାରେ ଏଆଇସିଟିଇର ବୈଷୟିକ ପୁସ୍ତକ ଉନ୍ମୋଚିତ

Advertisment
ନିଟ୍ ୩.୦ ଓ ଆଞ୍ଚଳିକ ଭାଷାରେ ଏଆଇସିଟିଇର ବୈଷୟିକ ପୁସ୍ତକ ଉନ୍ମୋଚିତ

୨୦୨୨ର ଛାତ୍ର ସମାଜ ପାଇଁ ପ୍ରଧାନମନ୍ତ୍ରୀଙ୍କ ସବୁଠୁ ବଡ଼ ଉପହାର : ଧର୍ମେନ୍ଦ୍ର
ଓଡ଼ିଶାର ୩୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ

ଭୁବନେଶ୍ୱର : ଦେଶରେ ଶୁଭାରମ୍ଭ ହୋଇଥିବା ନିଟ୍ ୩.୦ ଅନ୍ତର୍ଗତ ୧୨ ଲକ୍ଷ ସାମାଜିକ-ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ୨୫୩ କୋଟି ମୂଲ୍ୟର ମାଗଣା ନିଟ୍ ଏଡି-ଟେକ୍ କୋର୍ସ ବଣ୍ଟନ ଛାତ୍ର ସମାଜ ପାଇଁ ପ୍ରଧାନମନ୍ତ୍ରୀଙ୍କ ୨୦୨୨ର ସବୁଠୁ ବଡ଼ ଉପହାର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନୂଆଦିଲ୍ଲୀଠାରେ ଆଜି ନିଟ୍ ୩.୦ ଏବଂ ଆଞ୍ଚଳିକ ଭାଷାରେ ଏଆଇସିଟିଇ ପ୍ରାପ୍ତ ବୈଷୟିକ ପୁସ୍ତକର ଉନ୍ମୋଚନ କରିବା ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟର ୧୨ ଲକ୍ଷ ସାମାଜିକ-ଆର୍ଥିକ ଦୃଷ୍ଟିରୁ ପଛୁଆ ଛାତ୍ରଛାତ୍ରୀଙ୍କୁ ନିଟ୍ ଏଡି-ଟେକ୍ କୋର୍ସ କୁପନ ବଣ୍ଟନ କରାଯାଇଛି। ସେଥି ମଧ୍ୟରୁ ଓଡ଼ିଶାରେ ୩୩ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ୧୦ କୋଟି ମୂଲ୍ୟର ମାଗଣା ନିଟ୍ ଏଡି-ଟେକ୍ କୋର୍ସ କୁପନ ବିତରଣ କରାଯାଇଛି। ଭାଷା ହେଉଛି ଭାରତର ମୂଳଶକ୍ତି । ଭାଷାକୁ ଜାତୀୟ ଶିକ୍ଷା ନୀତି(ଏନ୍‌ଇପି) ୨୦୨୦ରେ ମାତୃଭାଷା ଏବଂ ଆଂଚଳିକ ଭାଷାରେ ଶିକ୍ଷାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ଆଜି ଶୁଭାରମ୍ଭ ହୋଇଥିବା ନିଟ୍ ୩.୦ ଭାରତୀୟ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବ। ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ଦ୍ୱାରା ଦେଶର ଛାତ୍ରଛାତ୍ରୀଙ୍କୁ ସର୍ବୋତ୍ତମ ବିକଶିତ ଶିକ୍ଷା ଏବଂ ବୈଷୟିକ ସମାଧାନ, ପାଠ୍ୟକ୍ରମ ତଥା ଆଞ୍ଚଳିକ ଭାଷାରେ ପ୍ରସ୍ତୁତ କରାଯାଇଥିବା ବୈଷୟିକ ପୁସ୍ତକ ପାଇଁ ଏକକ ପ୍ଲାଟଫର୍ମ ଯୋଗାଇବ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଡିଜିଟାଲ ରୂପାନ୍ତରୀକରଣ ଆଜି ‘ନ୍ୟୁ ନର୍ମାଲ୍’ ହୋଇଛି। ତେଣୁ ଆମକୁ ଶିକ୍ଷାର କ୍ଷତିକୁ ଭରଣା କରିବା ପାଇଁ ସାମୂହିକ ଉଦ୍ୟମ କରିବାକୁ ହେବ। ଶିକ୍ଷା କ୍ଷତିକୁ ହ୍ରାସ କରିବା ପାଇଁ ଇ-କଣ୍ଟେଣ୍ଟ୍‌ ଏବଂ ନିଟ୍ ଭଳି ବଳିଷ୍ଠ ପଦକ୍ଷେପ ନିଆଯାଇଛି। ଭାରତ ଏବଂ ବିଶ୍ୱର ୫୮ଟି ଷ୍ଟାର୍ଟଅପ୍ ଏଡ୍-ଟେକ୍ କମ୍ପାନି ନିଟ୍ ସହ ସଂଶ୍ଲିଷ୍ଟ ଅଛନ୍ତି । ୧୦୦ଟି ପାଠ୍ୟକ୍ରମ, ଶିକ୍ଷାର ଗୁଣବତାକୁ ବଜାୟ ରଖିବା ପାଇଁ ଇ-ରିସୋର୍ସ, ରୋଜଗାର ପାଇଁ ଆବଶ୍ୟକୀୟ ଦକ୍ଷତାର ବିକାଶ ତଥା ଶିକ୍ଷାର କ୍ଷତିକୁ ଭରଣ କରିବା ଦିଗରେ ଏହି କମ୍ପାନି କାର୍ଯ୍ୟ କରୁଛନ୍ତି । ଛାତ୍ର ସମାଜ ବିଶେଷ ଭାବରେ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡିଜିଟାଲ ଡିଭାଇଡ୍‌କୁ ସମାଧାନ କରିବା ଦିଗରେ ନିଟ୍ ଏକ ଗେମ୍ ଚେଞ୍ଜର ହେବ। ଏହି କାର୍ଯ୍ୟକ୍ରମରେ ଏଆଇସିଟିଇର ଚେୟାରମ୍ୟାନ ପ୍ରଫେସର ଅନିଲ ସହସ୍ରବୁଦ୍ଧେ ଏବଂ ଶିକ୍ଷା ମନ୍ତ୍ରଣାଳୟ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe